fbpx

ଆପଣଙ୍କ ଆଧାର କାର୍ଡରେ କେତେ ଲୋକ ରଖିଛନ୍ତି SIM? ଏମିତି କରନ୍ତୁ ଚେକ୍…

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ କାମ ପାଇଁ ଆଧାର କାର୍ଡ ପ୍ରଥମ ପରିଚୟ ପତ୍ର ଭାବରେ ବ୍ୟବହାର କରାଯାଉଛି । ଏହାସହିତ ବ୍ୟାଙ୍କ ଆକାଉଣ୍ଟରୁ ଆରମ୍ଭ କରି ରାସନ କାର୍ଡ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ ପର୍ଯ୍ୟନ୍ତ ସମସ୍ତ ଡକୁମେଣ୍ଟ ପାଇଁ ଆଧାର କାର୍ଡ ଲିଙ୍କ କରିବା ମଧ୍ୟ ଅନିବାର୍ଯ୍ୟ ହୋଇପଡିଛି । ସେହିପରି ଗୋଟିଏ ମୋବାଇଲ ସିମ କିଣିବା ପାଇଁ ମଧ୍ୟ ଆଧାର କାର୍ଡ ଆବଶ୍ୟକ ହୋଇଥାଏ । ତେବେ ସରକାରଙ୍କ ଟେଲିକମ୍ ବିଭାଗର ନିୟମ ଅନୁଯାୟୀ ଜଣେ ବ୍ୟକ୍ତି ନିଜ ଆଧାର କାର୍ଡରେ ସର୍ବାଦିକ ୯ଟି ସିମ୍ କିଣିପାରିବେ । କିନ୍ତୁ ସମସ୍ତ ସିମ ଜଣେ ବ୍ୟକ୍ତି ବ୍ୟବହାର କରିପାରିବେ ନାହିଁ ।

ତେବେ ଅନେକ ଲୋକଙ୍କ ଆଧାର କାର୍ଡରେ ଅନ୍ୟ ଲୋକମାନେ ସିମ କିଣି ରଖିଛନ୍ତି । ତେବେ ଏ ସମ୍ପର୍କରେ ଆଧାର କାର୍ଡ ୟୁଜରଙ୍କୁ ଜଣା ନଥାଏ । ତେବେ ଆପଣଙ୍କ ଆଧାର କାର୍ଡରେ କେହି ସିମ୍ ବ୍ୟବହାର କରୁ ନାହାନ୍ତି ତ? ଏ ବିଷୟରେ ଜାଣିବାକୁ ଚାହୁଁଥିଲେ କିଛିଟା ଷ୍ଟେପ୍ସକୁ ଫଲୋ କରି ଜାଣିପାରିବେ ।

ଭାରତରେ ସିମ୍ କାର୍ଡକୁ ନେଇ ଅନଧିକୃତ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଥିରେ କାର୍ଡ ହୋଲ୍ଡର ଏବଂ ସରକାର ଉଭୟଙ୍କୁ ସମସ୍ୟାରେ ପକାଇଥାଏ । ଏ ନେଇ ଟେଲିକମ୍ୟୁନିକେସନ ବିଭାଗ ତରଫରୁ ଏକ ୱେବସାଇଟ tafcop.dgtelecom.gov.in ଜାରି କରାଯାଇଛି । ଏହି ପୋର୍ଟାଲ ୱେବସାଇଟରେ ଯେ କେହି ବି ନିଜ ଆଧାର କାର୍ଡ ଏବଂ ସିମ୍ ଡିଟେଲ୍ସ ଚେକ କରିପାରିବେ । ତେବେ ଏହି ତାଲିକାରେ ଯଦି କୌଣସି ଅନଧିକୃତ ସିମ୍ ଥାଏ ତେବେ ଏହାକୁ ଆପଣ ବ୍ଲକ କରିପାରିବେ । ଏହାସହିତ ବ୍ୟବହାର ହେଉ ନଥିବା ସିମ୍ କୁ ମଧ୍ୟ ଆପଣ ଆଧାର କାର୍ଡରୁ ହଟାଇ ଦେଇ ପାରିବେ ।

କିପରି ଚେକ୍ କରିପାରିବେ ସିମ୍ ସଂଖ୍ୟା?

  • ପ୍ରଥମେ ଆପଣଙ୍କୁ https://tafcop.dgtelecom.gov.in/ ଉପରେ କ୍ଲିକ କରିପାକୁ ହେବ
  • ଏହାପରେ ୱେବସାଇଟରେ ଦିଆ ଯାଇଥିବା କଲ୍ମରେ ଆପଣଙ୍କ ନମ୍ବର ଦିଅନ୍ତୁ
  • ମୋବାଇଲ ନମ୍ବରରେ ଆସିଥିବା OTP ଆସିବ
  • OTP ଏଣ୍ଟର କରିବା ପରେ ଆପଣଙ୍କୁ Action ର ଅପ୍ସନ ମିଳିବ
  • ଏହି ବଟନ୍ ଉପରେ କ୍ଲିକ କଲେ ଆପଣଙ୍କୁ ଆଧାର କାର୍ଡ ସହ ଜଡିତ ସମସ୍ତ ସିମ୍ ଏବଂ ଏହାର ନମ୍ବର ଦେଖିବାକୁ ମିଳିବ
  • କୌଣସି ଅବୈଧ ନମ୍ବର ଥିଲେ ଆପଣ ଏହାକୁ ବ୍ଲକ କରିପାରିବେ

Get real time updates directly on you device, subscribe now.