fbpx

ବଜେଟ୍ ୨୦୨୨-୨୩: ଶିକ୍ଷା କ୍ଷେତ୍ରକୁ କେତେ ଅର୍ଥ ବ୍ୟୟବରାଦ ହେଲା, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବଜେଟ୍ ଆଗତ ହୋଇଥିଲା । ମୋଟ ୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଗତ ଆଗତ ହୋଇଛି । ଚଳିତ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ରକୁ ୧୨ ହଜାର ୬୨୪ କୋଟିର ଅର୍ଥ ବ୍ୟୟବରାଦ କରାଯାଇଛି ।

ବଜେଟରେ ଶିକ୍ଷା ଓ ସ୍କିଲ ଡେଭଲପମେଣ୍ଟ ପାଇଁ ୨୭ ହଜାର ୩୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି, ସମଗ୍ର ଶିକ୍ଷା ପାଇଁ ୩୫୮୧ କୋଟି, ମୋ କଲେଜ ଅଭିଯାନ ପାଇଁ ୧୧ କୋଟି, ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି, ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ଟଙ୍କା ଘୋଷଣା କରାଯାଇଛି ।

ତେବେ ବଜେଟ ପାଇଁ ୨ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ସଂଗ୍ରହ କରାଯିବ । ଏହାଛଡ଼ା ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି । ଗତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ୧ ଲକ୍ଷ ୬ ହଜାର ୪୯୮ କୋଟିର ଏକ କାମଚଳା ବଜେଟ୍ ଆଗତ କରିଥିଲେ ।

Get real time updates directly on you device, subscribe now.