fbpx
BJD SKY
BJD SKY

୪୮ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ, ରାଜ୍ୟରେ ବଢ଼ିବ ବର୍ଷା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ବି ରାଜ୍ୟରେ ଆଶାନୁରୂପକ ବର୍ଷା ହୋଇନାହିଁ । ତେବେ ଏହାରି ମଧ୍ୟରେ ଖବର ଆସିଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ, ଫଳରେ ଏହି ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ ।

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ୪ ରୁ ୫ ଦିନ ଯାଏଁ ହାଲୁକା ବର୍ଷା ସମ୍ଭାବନା ରହିଥିବା ବେଳେ କେତେକ ସ୍ଥାନରେ ପ୍ରବଳ ବର୍ଷା (୭ ରୁ ୧୧ ସେମି),  କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା( ୧୧ ରୁ ୨୦ ସେମି) ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ଆସନ୍ତାକାଲି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ପାଇଁ ୨୪ ଜିଲ୍ଳାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଉ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରିକରାଯାଇଛି । ୪ ତାରିଖରେ ପ୍ରବଳ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି ।

Get real time updates directly on you device, subscribe now.