fbpx

ଚଳିତ ବର୍ଷ କେତେ ରହିବ କର୍ମଚାରୀଙ୍କ ସାଲାରୀ ଇନକ୍ରିମେଣ୍ଟ, କେଉଁ ସେକ୍ଟରରେ ସବୁଠାରୁ ଅଧିକ, ସର୍ଭେରୁ ଖୁଲାସା

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ କର୍ମଚାରୀଙ୍କ ଦରମା ପ୍ରାୟ ୯.୫% ବୃଦ୍ଧି ଘଟିବାର ସମ୍ଭାବନା ରହିଛି । ଏହା ୨୦୨୩ରେ ବାସ୍ତବିକ ଦରମା ବୃଦ୍ଧି ୯.୭% ଠାରୁ କିଛି କମ୍ । ଏକ ସର୍ଭେରେ ଏହି କଥା ସାମ୍ନାକୁ ଆସିଛି । ବୈଶ୍ୱିକ ପ୍ରଫେସନାଲ ସେବା କମ୍ପାନୀ ଏଅନ୍ ପିଏଲ୍‌ସିର ବାର୍ଷିକ ବେତନ ବୃଦ୍ଧି ଓ ବ୍ୟବସାୟ ସର୍ଭେ ୨୦୨୩-୨୪ ରୁ ଏହି ସୂଚନା ମିଳିଛି । ଏହି ସର୍ଭେ ଅନୁସାରେ କରୋନା ମହାମାରୀ ପରେ ୨୦୨୨ରେ ହୋଇଥିବା ଉଚ୍ଚ ବେତନବୃଦ୍ଧି ପରେ ଭାରତରେ ବେତନ ବୃଦ୍ଧି ସିଙ୍ଗଲ ଡିଜିଟ୍ ଅର୍ଥାତ୍ ୧୦%ରୁ କମ୍‌ରେ ସ୍ଥିର ହୋଇଯାଇଛି । ସର୍ଭେରେ ପ୍ରାୟ ୪୫ ଉଦ୍ୟୋଗର ୧,୪୧୪ କମ୍ପାନୀର ଆକଳନକୁ ବିଶ୍ଲେଷଣ କରାଯାଇଛି ।

ଭାରତରେ ଏଅନର ମୁଖ୍ୟ ରୂପାଙ୍କ ଚୌଧୁରୀ କହିଛନ୍ତି ଭାରତର ସଂଗଠିତ କ୍ଷେତ୍ରରେ ବେତନ କ୍ଷେତ୍ରରେ ଏକ ଆଶାଜନକ ବୃଦ୍ଧି ଘଟିବ । ସେ କହିଛନ୍ତି ଭିତ୍ତିଭୂମି ଓ ନିର୍ମାଣ ପରି କ୍ଷେତ୍ରରେ ବିକାଶ ହାର ମଜଭୁତ ରହିଛି । ଏହା କିଛି କ୍ଷେତ୍ରରେ ଟାର୍ଗେଟେଡ୍ ଇନଭେଷ୍ଟମେଣ୍ଟର ଆବଶ୍ୟକତା ରହିଛି ବୋଲି ସୂଚନା ଦେଉଛି ।

ଭୂମି ଓ ରାଜନୈତିକ ବିବାଦ ମଧ୍ୟରେ ପ୍ରମୁଖ ଅର୍ଥବ୍ୟବସ୍ଥା ମଧ୍ୟରେ ସବୁଠାରୁ ଅଧିକ ବେତନ ବୃଦ୍ଧି ଭାରତରେ ଜାରି ରହିଛି । ଏହାପରେ ବାଙ୍ଗଲାଦେଶ ଓ ଇଣ୍ଡୋନେସିଆରେ ୨୦୨୪ରେ କ୍ରମଶଃ ୭.୩% ଓ ୬.୫% ବେତନ ବୃଦ୍ଧି ହୋଇଛି । ସର୍ଭେରୁ ଜଣାପଡିଛି କି ଚାକିରୀ ଛାଡିବା ହାର ୨୦୨୨ରେ ୨୧.୪%ରୁ ହ୍ରାସ ପାଇ ୨୦୨୩ରେ ୧୮.୭% ହୋଇଯାଇଥିଲା । ତେବେ ଆର୍ଥିକ ସଂସ୍ଥା, ଇଂଜିନିୟରିଂ, ଅଟୋମୋବାଇଲ୍‌, ଜୀବନ ବିଜ୍ଞାନ ଆଦି କ୍ଷେତ୍ରରେ ସବୁଠାରୁ ଅଧିକ ବେତନ ବୃଦ୍ଧି ଘଟିବ । ଅନ୍ୟପକ୍ଷରେ କ୍ଷୁଦ୍ର ଶିଳ୍ପ, ପ୍ରଯୁକ୍ତିବିଦ୍ୟା ପରାମର୍ଶ ଓ ସେବା କ୍ଷେତ୍ରରେ ସବୁଠାରୁ କମ୍ ବେତନ ବୃଦ୍ଧି ଘଟିବ ।

Get real time updates directly on you device, subscribe now.