fbpx

‘ଧନ ତୁମକୁ ଗୋଟେ କଥା କହିବି ଖରାପ ଭାବିବନି’: ବରା, ପିଆଜି ଦୋକାନରୁ ଆରମ୍ଭ ହୋଇଥିଲା ରାହୁଲ-ହରିପ୍ରିୟାଙ୍କ ପ୍ରଥମ ପ୍ରେମ କାହାଣୀ, ଦେଖନ୍ତୁ Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ଏଇ ମିଛମାୟା ଭରା ସଂସାରେ ବି ପ୍ରକୃତ ପ୍ରେମ ବଞ୍ଚିଛି ଏକଥାକୁ ପ୍ରମାଣିତ କରିପାରିଛନ୍ତି ରାହୁଲ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଗ୍ରାମର ରାହୁଲ ଗୋଚ୍ଛାୟତ ଖୁବ ସମୟ ସମୟ ମଧ୍ୟରେ ସୋସିଆଲ ମିଡ଼ିଆରେ ଛାଇ ଯାଇଥିଲେ । ସାବିତ୍ରୀ ବ୍ରତ ପରଦିନ ତାଙ୍କ ସ୍ତ୍ରୀ ହରିପ୍ରିୟାଙ୍କୁ କିଛି ଲୋକ କାରରେ ଅପହରଣ କରିନେଇଥିଲେ । ଏହାପରେ ହରିପ୍ରିୟାଙ୍କୁ ଝୁରିଝୁରି ବାହୁନି ବାହୁନି କାନ୍ଦିଥିଲେ ରାହୁଲ । ହରିପ୍ରିୟାଙ୍କୁ ରାହୁଲ କେତେ ମାତ୍ରାରେ ଭଲ ପାଉଥିଲେ ତାହା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ିଥିଲା ।

ତେବେ ଈଶ୍ୱରଙ୍କ କୃପାରୁ ଗତକାଲି ରାହୁଲଙ୍କ ଧନ ଘରକୁ ଫେରିବା ପରେ ରାହୁଲ ସତେ ଯେମିତି ନୂଆ ଜୀବନ ପାଇଥିଲେ । ତେବେ ରାହୁଲ-ହରିପ୍ରିୟାଙ୍କ ଅକୁହା ପ୍ରେମ କାହାଣୀ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା ଘରକୁ ଫେରିଆସିଥିବା ଧନ । ହରିପ୍ରିୟା ଯୁକ୍ତ ତିନି ପଢ଼ୁôଥିବା ବେଳେ ରାହୁଲ ଡିପ୍ଲୋମା କରୁଥିଲେ । ବାସ୍ ସେଇ ସମୟରେ ଦୁହିଁଙ୍କର ଭେଟ ହୋଇଥିଲା ଏକ ବରା, ପିଆଜି ଦୋକାନରେ ।

ହରିପ୍ରିୟାଙ୍କ ଗାଁରେ ଥିବା ଉକ୍ତ ଜଳଖିଆ ଦୋକାନକୁ ଅଧିକାଂଶ ସମୟରେ ରାହୁଲ ଯାଆନ୍ତି ଖାଇବାକୁ । ଧୀରେଧୀରେ ଆରମ୍ଭ ହୋଇଥିଲା ଦେଖାଚାହାଁ, ତା’ପରେ କଥାବାର୍ତ୍ତା ଆଉ ତା’ପରେ ନମ୍ବର ଦିଆନିଆ । ଏହାପୂର୍ବରୁ ଏକ ଫେକ୍ ଆଇଡି କରି ହରିପ୍ରିୟା ତାଙ୍କ ଭାବି ପ୍ରେମିକ ରାହୁଲଙ୍କ ସହ ଚାଟ୍ କରୁଥିଲେ । ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ବି ଭୟରେ କେହି କାହାକୁ କହି ପାରୁନଥିଲେ । ଶେଷରେ ରାହୁଲଙ୍କ ମନର କଥା ବୁଝିପାରିଥିଲେ ଧନ ଆଉ ଧନଙ୍କୁ ଧନ ଦେଇଦେଲେ ରାହୁଲ । ଏହାପରେ ଆରମ୍ଭ ହୋଇଥିଲା ଦୁହିଁଙ୍କର ପ୍ରେମ କାହାଣୀ ।

Get real time updates directly on you device, subscribe now.