fbpx

ମହାରାଷ୍ଟ୍ରରେ ଚିହ୍ନଟ ହେଲେ ୧୮୦୦ ନୂଆ ପଜିଟିଭ: ଜଣଙ୍କ ଦେହରେ BA.5 ଭାରିଆଣ୍ଟ

ମୁମ୍ବାଇ: ପୁଣିଥରେ ଉପରମୁହାଁ ହେବାରେ ଲାଗିଛି ମହାମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୮୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଦେହରେ ବିଏ.୫ ଭାରିଆଣ୍ଟ ମଧ୍ୟ ଚିହ୍ନଟ ହୋଇଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ବିଏ.୫ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତାର ବଢିବାରେ ଲାଗିଛି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଦେହରେ ବିଏ.୫ ଭାରିଆଣ୍ଟ ଥିବା ଜାଣିବାକୁ ମିଳିଛି । ପୁଣେର ଜଣେ ୩୧ ବର୍ଷୀୟ ମହିଳାଙ୍କ ଦେହରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାଯାଇଛି । ଏହାପୂର୍ବରୁର ମେ ୨୮ ତାରିଖରେ ୪ ଜଣ ବିଏ.୪ ଆକ୍ରାନ୍ତ ଏବଂ ବିଏ.୫ ଭାରିଆଣ୍ଟରେ ୩ ଟି ପଜିଟିଭ କେସ ଚିହ୍ନଟ ହୋଇଥିଲା । ତେବେ କରୋନା କେସ ପୁଣି ବଢୁଥିବାରୁ ଲୋକମାନଙ୍କୁ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଛି ।

ଆଜିର ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮,୪୩୨କୁ ବୃଦ୍ଧି ପାଇଛି । ସେପଟେ ଗତ ୨୪ ଘଣ୍ଟାରେ ୮୭୮ ଜଣ ଆକ୍ରାନ୍ତ ମହାମାରୀରୁ ସୁସ୍ଥ ହୋଇଛନ୍ତି । ଏହାପରେ ସୁବେରେ ଏବେ ରିକଭରୀ ରେଟ ୯୮.୦୨ପ୍ରତିଶତରେ ପହଞ୍ଚିଛି । ତେବେ ରାଜ୍ୟରେ କରୋନା ମୃତ୍ୟୁହାର ୧.୮୭ ପ୍ରତିଶତ ରହିଛି ।

 

Get real time updates directly on you device, subscribe now.