fbpx
BSKY SKY
BSKY SKY

ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ସାଇ ପଲ୍ଲବୀ: ଜାଣନ୍ତୁ କେବେ?

BSKY

ମୁମ୍ବାଇ: ସାଉଥ ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତ୍ରୀ ସାଇ ପଲ୍ଲବୀ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ତେବେ ସାଇଙ୍କ ପାଇଁ ଜଣେ ପରଫେକ୍ଟ ଲାଇଫ ପାର୍ଟନର ଖୋଜିବାରେ ଲାଗି ପଡିଛନ୍ତି ତାଙ୍କ ପିତାମାତା । ତେବେ ଆଗକୁ ରିଲିଜ ଅପେକ୍ଷାରେ ଥିବା ତାଙ୍କର ଏକ ସିନେମାର ରିଲିଜ ପରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି । ତେବେ ସେ କାହାକୁ ବିବାହ କରିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସାଇ ପଲ୍ଲବୀ ମେଡିକାଲ ଷ୍ଟୁଡେଣ୍ଟ ଥାଇ ମଧ୍ୟ ସିନେମା ଜଗତରେ ବେଶ ଖ୍ୟାତି ପାଇ ପାରିଛନ୍ତି । ଖୁବ କମ ସମୟରେ ତେଲୁଗୁ ସିନେ ଜଗତରେ ସଫଳତା ହାସଲ କରିଛନ୍ତି ସାଇ ପଲ୍ଲବୀ । ନିଜର ଅପକମିଙ୍ଗ ସିନେମା “ବୀରତା ପର୍ବମ’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ସାଇ । ଏହି ଚଳଚ୍ଚିତ୍ରରେ ସାଇଙ୍କ ସହ ବାହୁବଳୀ ଫେମ ଆକ୍ଟର ରାଣା ଦଗୁବତୀ ମଧ୍ୟ ନଜର ଆସିବେ ।

Get real time updates directly on you device, subscribe now.