fbpx

ଆମେରିକା ନିର୍ବାଚନରେ ଇତିହାସ ରଚିବେ ସୁନୀତା; ଅନ୍ତରୀକ୍ଷରୁ ଦେବେ ଭୋଟ, କଣ ରହିଛି ପ୍ରକ୍ରିୟା ଜାଣନ୍ତୁ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥି ବୁଚ୍ ୱିଲ୍ମୋର ବର୍ତ୍ତମାନ ମହାକାଶରେ ରହିଛନ୍ତି । 2025 ମସିହା ଫେବୃଆରୀରେ ସେ ଫେରିବା ନେଇ ଅନୁମାନ କରାଯାଉଛି । ଏହାରି ଭିତରେ ଆସନ୍ତା ନଭେମ୍ବର ମାସରେ ହେବାକୁ ଯାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ତେବେ ପୃଥିବୀରୁ 250 ମାଇଲ ଦୂରରେ ରହିଥିଲେ ହେଁ ମତଦାନରୁ ବଞ୍ଚିତ ହେବେ ନାହିଁ ସୁନୀତା । ସେ ମଧ୍ୟ ଅନ୍ତରୀକ୍ଷରେ ରହି ମତଦାନ କରିପାରିବେ । ତେବେ ଆପଣ ଜାଣିଛନ୍ତି କି ଅନ୍ତରୀକ୍ଷରୁ ଭୋଟ ଦାନ ପାଇଁ କଣ ରହିଛି ନିୟମ, ସେ କିଭଳି ପଠାଇବେ ଭୋଟ ଜାଣନ୍ତୁ…

ଆମେରିକାର ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବା ପାଇଁ ଆଗେଇ ଆସିଛନ୍ତି ମହାକାଶଚାରୀ । 400 କିଲୋମିଟର ଦୂର ସ୍ପେସ ଷ୍ଚେସନରୁ ସୁନୀତା ଏବଂ ବୁଚ୍ କହିଛନ୍ତି ଯେ, ଆମେରିକା ନିର୍ବାଚନରେ ଆମେ ମତଦାନ କରିବୁ । ନାସା ଆମ ପାଇଁ ଦୟାକରି ପୋଷ୍ଟ ବାଲାଟର ବନ୍ଦବୋସ୍ତ  କରନ୍ତୁ । ଆମେ ଅନ୍ତରୀକ୍ଷରୁ ମତଦାନ କରିବା ପାଇଁ ଉତ୍ସୁକତାର ସହିତ ଅପେକ୍ଷା କରିଛୁ ।

1997ମସିହାରେ ଟେକ୍ସାସ୍ ଏକ ଆଇନ ପ୍ରଣୟନ କରିଥିଲା, ଯାହା ମହାକାଶଚାରୀମାନଙ୍କୁ ନିର୍ବାଚନରେ ​​ଭୋଟ୍ ଦେବାର ଅଧିକାର ଦେଇଥିଲା । ନିୟମ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ମହାକାଶରେ ଅଛନ୍ତି, ସେ ଇଲେକ୍ଟ୍ରୋନିକ୍ ଭୋଟ୍ ଦେଇପାରିବେ । ନାସାର ଅଧିକାଂଶ ମହାକାଶଚାରୀ ଟେକ୍ସାସର ହ୍ୟୁଷ୍ଟନରେ ରହୁଥିବାରୁ ଏହି ନିୟମ କରାଯାଇଥିଲା । ତେବେ ପ୍ରଥମ ଥର ପାଇଁ ମହାକାଶରୁ ନିଜର ଦୁଃଖ ବଖାଣିଛନ୍ତି ମହାକାଶଚାରୀ । ସୁନୀତା କହିଥିଲେ ଯେ “ମୁଁ ଏଠାରେ ଅନ୍ୟ ଏକ ଅରବିଟରେ ଅଟକି ରହିଥିଲି ଏବଂ କକ୍ଷପଥରେ ଅନେକ ମାସ ବିତାଇବା କଷ୍ଟକର ଥିଲା। କିନ୍ତୁ ମୋତେ ମହାକାଶରେ ରହିବାକୁ ଭଲ ଲାଗୁଛି ।

Get real time updates directly on you device, subscribe now.