fbpx

କରୋନା ଭାଇରସଠାରୁ ଦୂରରେ ରହିବାକୁ ଏହି ୧୦ ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ବିଶ୍ୱରେ କରୋନା ଭାଇରସର ପ୍ରକୋପ ବଢ଼ିବାରେ ଲାଗିଛି ।କରୋନା ଜୀବାଣୁ ଏଡ଼ାଇବା ପାଇଁ ସ୍ୱଚ୍ଛତା ପ୍ରତି ବିଶେଷ ଯତ୍ନ ନେବାକୁ CDC ଲୋକଙ୍କୁ ପରାମର୍ଶ ଦେଇଛି

୧ –  ଜିନିଷକୁ ଛୁଇଁବା ପରେ ପ୍ରାୟ ୨୦ ସେକେଣ୍ଡ ପାଇଁ ଭଲ ଭାବରେ ହାତ ଧୋଇ ଦିଅନ୍ତୁ ।

୨- କରୋନା ଜୀବାଣୁରେ ପୀଡିତ ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତୁ । ଥଣ୍ଡା କିମ୍ବା କାଶରେ ପୀଡିତ ବ୍ୟକ୍ତିଙ୍କଠାରୁ ପ୍ରାୟ ୨ ମିଟର ଦୂରତା ରଖନ୍ତୁ ।

୩- ଆଖି, ପାଟି କିମ୍ବା ନାକ ଉପରେ ବାରମ୍ବାର ହାତ ରଖନ୍ତୁ ନାହିଁ । ସାବୁନ କିମ୍ବା ସାନିଟାଇଜରରେ ହାତକୁ ଭଲ ଭାବରେ ସଫା କରନ୍ତୁ ।

୪- ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ । ଫୋନ୍ କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ଯାହାକୁ ଆପଣ ଅଧିକ ବ୍ୟବହାର କରୁଛନ୍ତି, ତାହାକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ ।

୫- ପାଟି ନଘୋରାଇ କାଶନ୍ତୁ ନାହିଁ । କାଶ କିମ୍ବା ଛିଙ୍କିବାବେଳେ ଟିସୁ ପେପରରେ ପାଟି ଘୋଡାନ୍ତୁ ଏବଂ ତୁରନ୍ତ ଏହାକୁ ଏକ ବନ୍ଦ ଡଷ୍ଟବିନରେ ପକାନ୍ତୁ ।

୬- ଯଦି ଆପଣଙ୍କର ଜ୍ୱର, କଫ ଓ ନିଶ୍ୱାସ ନେବାରେ ଅସୁବିଧା ଅଛି କିମ୍ବା ଆପଣ ଗତ ୧୪ ଦିନ ମଧ୍ୟରେ ଏହି ଜୀବାଣୁ ସଂକ୍ରମିତ ବ୍ୟକ୍ତିଙ୍କୁ ଭେଟିଛନ୍ତି, ତେବେ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କୁ ସୂଚନା ଦିଅ ।

୭ – କୌଣସି ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ଠାରୁ ଦୂରେଇ ରୁହନ୍ତୁ । ବହୁତ ଆବଶ୍ୟକତା କାମ ଥିଲେ ଘରୁ ବାହାରକୁ ଯାଆନ୍ତୁ ।

୮ – ଯଦି ଆପଣ କରୋନା ଜୀବାଣୁର ଲକ୍ଷଣ ଦେଖୁଛନ୍ତି, ତେବେ ପରୀକ୍ଷା କରନ୍ତୁ ଓ ସେପର୍ୟ୍ୟନ୍ତ କୌଣସି ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତୁ ନାହିଁ । ଏହା କରିବା ଦ୍ଵାରା କରୋନା ବିପଦକୁ ରୋକାଯାଇ ପାରିବ ।

୯ – ପ୍ରଚୁର ପାଣି ପିଅନ୍ତୁ । ଲୋକଙ୍କ ସହ ହାତ ମିଳାନ୍ତୁ ନାହିଁ ।

୧୦ – କାଶ ସମୟରେ ଯଦି ଆପଣଙ୍କର ଟିସୁ ପେପର କିମ୍ବା ରୁମାଲ ନାହିଁ, ତେବେ ବାହୁ ଦ୍ଵାରା ପାଟିକୁ ଘୋଡାନ୍ତୁ ।

Get real time updates directly on you device, subscribe now.