fbpx

ଗ୍ୟାସ୍ ସମସ୍ୟାକୁ ନେଇ ଆପଣମାନେ ଦୁଃଖିତ ଅଛନ୍ତି ଯେ, ଏହି ସବୁ ଉପାୟ ଆଜିଠାରୁ ଆପ୍ଲାଏ କରନ୍ତୁ

ଆପଣମାନେ କ’ଣ ଭାବୁଛନ୍ତି, ଗ୍ୟାସ୍ ସମସ୍ୟା ଏକ ସାଧାରଣ ରୋଗ? ଯଦି ଏପରି ଭାବୁଥାନ୍ତି, ତାହା ସମ୍ପୂର୍ଣ୍ଣ ଭୁଲ୍ । ଗ୍ୟାସ୍ ଆମ ଶରୀରରେ ଅନେକ ଭୟଙ୍କର ରୋଗକୁ ଜନ୍ମ ଦେଇଥାଏ, ଏକଥା ଅନେକ ଲୋକ ଜାଣି ନଥାନ୍ତି । ବେଳେବେଳେ ଗ୍ୟାସ ଦ୍ୱାରା ଶରୀରରେ ଯନ୍ତ୍ରଣା ଏତେମାତ୍ରାରେ ହୋଇଥାଏ ଯେ ତାକୁ ସହନ କରିବା ପ୍ରାୟତଃ ଅସମ୍ଭବ ହୋଇଯାଇଥାଏ । ତେଣୁ ଏହାକୁ ଅଣଦେଖା କରିବା ଅନୁଚିତ୍ । ଆସନ୍ତୁ ଜାଣିବା ଏପରି କିଛି ଉପାୟ, ଯାହାଦ୍ୱାରା ଗ୍ୟାସ୍ ସମସ୍ୟାକୁ ଦୂର କରାଯାଇ ପାରିବ ।

୧- ଅଦା ସେବନ କରିବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ । ଏଥିପାଇଁ ଆପଣ ଅଦାକୁ ଛୋଟ ଛୋଟ ଖଣ୍ଡ କରି ଭୋଜନ ସହିତ ଖାଇବା ଉଚିତ । ଅଦାକୁ ପତଳା ପତଳା କରି କାଟି ସେଥିରେ କଳା ଲୁଣ ଓ ଲେମ୍ବୁ ମିଶାଇ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।

୨- ଗ୍ୟାସ୍ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣମାନେ ହରଡ଼ ଓ ମହୁ ମିଶାଇ ସେବନ କରି ପାରିବେ । ହରଡ଼ ଗୁଣ୍ଡ ସହ ମହୁ ମିଶାଇ ଖାଇବା ଦ୍ୱାରା ଅଧିକ ଲାଭଦାୟକ ହୋଇଥାଏ ।

୩- ଏହାବ୍ୟତୀତ କଳା ଲୁଣ ଓ ଜିରା ଖାଇଲେ ମଧ୍ୟ ବେନିଫିଟ୍ ମିଳିଥାଏ । ଲାଲ ଟମାଟର ସହ ଲୁଣ ମିଶାଇ ଖାଇଲେ ଗ୍ୟାସରୁ ମୁକ୍ତି ମିଳିଥାଏ । ନଡ଼ିଆ ପାଣି ପିଇବା ଦ୍ୱାରା ମଧ୍ୟ ଏହା ଗ୍ୟାସ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।

୪- ଏକ ଗ୍ଲାସ ପାଣିରେ ଏକ ଚାମଚ ବେକିଂ ସୋଡ଼ା, ଲେମ୍ବୁ ରସ, ଜିରା ପାଉଡର ଓ କଳା ଲୁଣ ମିଶାଇ ପିଇଲେ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.