fbpx

ଚୋର ଭୁଲରେ ବି ଆପଣଙ୍କ iPhone କରିପାରିବନି ଚୋରି, ଅନ୍ କରନ୍ତୁ ଏହି ସେଟିଙ୍ଗ

ନୂଆଦିଲ୍ଲୀ: ଆମେ ସମସ୍ତେ ଆମର ପର୍ସନାଲ ଡାଟା ରଖୁଛୁ, ଯାହାକୁ ଆମେ ଖୁବ ଯତ୍ନର ସହ ସମ୍ଭାଳିବା ଆବଶ୍ୟକ । ହେଲେ ଭାବନ୍ତୁ ଯଦି ଆପଣଙ୍କ ଫୋନ ଚୋରି ହେଇଯାଉଛି ତେବେ ଆପଣଙ୍କ ସମସ୍ତ ଡାଟା ଚୋର ପାଖକୁ ଚାଲିଯିବ । ହେଲେ ବର୍ତ୍ତମାନ ଏଥିପାଇଁ ଚିନ୍ତା କରନ୍ତୁ ନାହିଁ । ଆପଣ ଏକ ସେଟିଙ୍ଗ ଅନ କରି ଏହି ଅସୁବିଧାର ସମାଧାନ କରିପାରିବେ ।

ଯଦି ଆପଣଙ୍କ ଆଇଫୋନର ସୁରକ୍ଷାକୁ ନେଇ ଆପଣ ଚିନ୍ତିତ ଅଛନ୍ତି ତେବେ ବର୍ତ୍ତମାନ ଚିନ୍ତା କରିବାର ଆବଶ୍ୟକତା ନାହିଁ । Apple iPhone ରେ ଏକ ଏଭଳି ଫିଚର ସାମିଲ କରିଛି, ତାକୁ ଆକ୍ଟିଭ କରିବା ପରେ ଆପଣଙ୍କ ଫୋନ ଚୋରି କରୁଥିବା ଚୋର ପାଇଁ ବିପଦ ହୋଇପାରେ । ଏହି ନୂଆ ଫିଚର ସାହାଯ୍ୟରେ ଆପଣଙ୍କ ଆଇଫୋନ ଲକ ହୋଇଯିବ ଏବଂ ଏହାକୁ ଆପଣଙ୍କ ବିନା କେହି ବି ଆପଲ ଆଇଡି ଏବଂ କିଏ ବି ଆପଣଙ୍କ ପାସୱାର୍ଡ ଖୋଲିପାରିବନି । ଆସନ୍ତୁ ଜାଣିବା ଏହି ଫିଚର ବିଷୟରେ..

-ସର୍ବପ୍ରଥମେ ଦେଖନ୍ତୁ ଆପଣଙ୍କ ଆଇଫୋନ କେଉଁ ଭର୍ଜନରେ ଚାଲୁଛି ।
-ଏହାପରେ ଆପଣଙ୍କୁ ସେଟିଙ୍ଗ ଅପସନକୁ ଯିବାକୁ ପଡିବ ।
-ଜେନେରାଲରେ ଟ୍ୟାପ କରନ୍ତୁ ଏବଂ ସଫ୍ଟୱେୟାର ଅପଡେଟ ଉପରେ କ୍ଲିକ କରନ୍ତୁ ।
-ଡାଉନଲୋଡ ଏବଂ ଇନଷ୍ଟଲ ଅପଡେଟ ଉପରେ କ୍ଲିକ କରନ୍ତୁ ।
-ଏହାପରେ ଆପଣଙ୍କୁ ଆଇଫୋନର ସେଟିଙ୍ଗ ଆପକୁ ଓପନ କରିବାକୁ ହେବ ।
-ଫେସ ଆଇ ଏବଂ ପାସକୋଡ ବା ଟଚ୍ ଆଇଡି ଏବଂ ପାସକୋଡ ଉପରେ ଟ୍ୟାପ କରିବାକୁ ହେବ ।
-ପ୍ରମ୍ପଟ୍‌ରେ ପାସକୋଡ ଦେବାପରେ ସ୍କ୍ରଲ ଡାଉନ କରି ଷ୍ଟୋଲେନ ଡିଭାଇସ ପ୍ରୋଟେକ୍ସନ ଫିଚର ଟ୍ୟାପ କରନ୍ତୁ ।
-ଏହାପରେ କନଫର୍ମ ଅପସନ ଉପରେ ଟ୍ୟାପ କରି ଫିଚରକୁ ଟର୍ନ ଅନ କରନ୍ତୁ ।

Get real time updates directly on you device, subscribe now.