fbpx

ହଜିଯାଇଥିବା ଫୋନ ଫେରିପାଇବାକୁ ଚାହୁଁଛନ୍ତି କି? Android ର ଏହି ଫିଚରରେ ମଧ୍ୟମରେ ଜାଣନ୍ତୁ କିପରି ଖୋଜିବେ

ନୂଆଦିଲ୍ଲୀ: ଆଜିକାଲି ଫୋନରେ ସମସ୍ତେ ନିଜର ସମସ୍ତ ଜରୁରୀ ଡାଟା ରଖୁଛନ୍ତି । ଯେପରିକି ପର୍ସନାଲ ଡାଟା, ଭିଡିଓ-ଫଟୋଜ, ବ୍ୟାଙ୍କିଙ୍ଗ ଡାଟା ଏବଂ ଅନ୍ୟ ଜରୁରୀ ଜିନିଷ । ତେବେ ଏହି ଗୁଡିକ ପାଇଁ ଫୋନ ହଜିବା ମାତ୍ରେ ଆମେ ସମସ୍ତେ ପାଗଳ ହେଇଯାଉଛୁ । ଏଥିସହ ଆଉ ଏକ ଭୟ ମଧ୍ୟ ରହୁଛି, ଯଦି ଅନ୍ୟ କାହା ହାତକୁ ଚାଲିଗଲା ତେବେ ଆମ ପର୍ସନାଲ ଡାଟାର କଣ ହେବ । ତେବେ ଆପଣଙ୍କୁ ଏପରି ଫିଚର୍ସ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରିବା ପରେ ଆପଣ ହଜିଯାଇଥିବା ଫୋନ ପାଇ ପାରିବେ ।

ତେବେ ଆଣ୍ଡ୍ରୋଏଡ ସେଟରେ ଫାଇଣ୍ଡ ମାଇଁ ଡିଭାଇସ ଫିଚର ଆସୁଛି । ଏହି ଫିଚର ମାଧ୍ୟମରେ ଆପଣ ହଜିଯାଇଥିବା ଫୋନ ଖୋଜିବା ସହ ଲକ କରିବା ଏବଂ ଡାଟା ହଟାଇବା ପାଇଁ ବ୍ୟବହାର କରିପାରିବେ ।ତେବେ ଆସନ୍ତୁ ଜାଣିବା କିପରି ଏହି ଫିଚରକୁ ସେଟ କରିବେ ।

ଏହି କଥା ଉପରେ ଧ୍ୟାନ ଦିଅନ୍ତୁ..
-ଏହାକୁ Android 8.0 ବା ଏହାର ନୂଆ ଭର୍ଜନ ଉପରେ ବ୍ୟବହାର କରିପାରିବେ ।
-ଆପଣଙ୍କ ଫୋନରେ ସର୍ବଦା Find My Device ଇନେବଲ କରି ରଖନ୍ତୁ ।
-ଡିଭାଇସ ଲୋକେସନ ସର୍ଭିସେଜ ଅନ କରନ୍ତୁ ।
-ଆପଣଙ୍କ ପାଇଁ Google Play Visibility  ଇନେବଲ କରିବାକୁ ପଡିବ ।
-ହଜିବା ପରେ ଆପଣଙ୍କ ଫୋନ ଇଣ୍ଟରନେଟ ମାଧ୍ୟମରେ ମୋବାଇଲ ଡାଟା ବା ୱାଇଫାଇ ସହ କନେକ୍ଟ ଥିବା ଆବଶ୍ୟକ ।
-ଆପଣଙ୍କ ଫୋନ ଗୁଗୁଲ ଆକାଉଁଣ୍ଟରେ ଲିଙ୍କ ଥିବା ଆବଶ୍ୟକ ।

କିପରି ଖୋଜିବେ
-ସର୍ବପ୍ରଥମେ https://google.com/android/find କୁ ଯାଇ ଡିଭାଇସରେ ପ୍ଲେଷ୍ଟୋରରେ find my device ଆପ୍ ଡାଉନଲୋଡ କରିବାକୁ ହେବ ।
-ଯେଉଁ ଫୋନ ଆପଣ ହଜାଇସାରିଛନ୍ତି, ତା’ ସମ୍ବନ୍ଧୀୟ ଗୁଗୁଲ ଆକାଉଁଣ୍ଟରେ ଲଗଇନ କରନ୍ତୁ ।
-ଗୁଗୁଲ ଆକାଉଣ୍ଟରେ ଲଗଇନ କରିବା ପରେ ୱେବସାଇଟରେ ଆପଣଙ୍କ ଡିଭାଇସ ଏବଂ ବ୍ୟାଟେରୀ ଲାଇଫ ଶୋ ହେବ ।
-ଏହାପରେ ଆପଣଙ୍କୁ ଲାଟେଷ୍ଟ ଲୋକେସନ ଦେଖିବା ଲାଗି ଲୋକେସନ ପିନରେ କ୍ଲିକ କରିବାକୁ ପଡିବ ।

Get real time updates directly on you device, subscribe now.