fbpx

ହ୍ୟାକ୍ ହୋଇଯାଇଛି କି ଆପଣଙ୍କ ସ୍ମାର୍ଟଫୋନ୍: ୧ ମିନିଟରେ କର ଠିକ୍, ଫଲୋ କରନ୍ତୁ ଏହି ଟିପ୍ସ

ନୂଆଦିଲ୍ଲୀ: ଆଜିର ସମୟରେ ଫୋନ୍ ହ୍ୟାକିଂ ହେଉଛି ସବୁଠାରୁ ବଡ ସମସ୍ୟା । ଯଦି କାହାର ଫୋନ୍ ହ୍ୟାକ୍ ହୁଏ, ତେବେ ସ୍କାମର କିଛି ମିନିଟରେ ତାଙ୍କ ବ୍ୟାଙ୍କ ବାଲାନ୍ସ ଖାଲି କରିପାରେ । ସେଥିପାଇଁ ହ୍ୟାକରମାନେ ବିଭିନ୍ନ ପ୍ରକାରର ସଫ୍ଟୱେର୍ ମାଧ୍ୟମରେ ସ୍ମାର୍ଟ ଫୋନ୍ ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି । ଇ-ମେଲ ଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍ ବିବରଣୀ ପର୍ଯ୍ୟନ୍ତ, ଆଜି ଆପଣଙ୍କର ସମସ୍ତ ସୂଚନା ଫୋନରେ ସେଭ୍ ହୋଇଛି । ହ୍ୟାକରମାନେ ମଧ୍ୟ ଆପଣଙ୍କର ପର୍ସନାଲ ଓ ପ୍ରାଇଭେଟ୍ ଫଟୋ ଉପରେ ନଜର ରଖନ୍ତି ।

ଏପରି ପରିସ୍ଥିତିରେ ସାମାନ୍ୟ ଭୁଲ ମଧ୍ୟ ଆପଣଙ୍କୁ ବଡ଼ ଅସୁବିଧାରେ ପକାଇପାରେ । କେବଳ ଏତିକି ନୁହେଁ, ଫୋନ୍ ହ୍ୟାକରକୁ ଖୋଜିବା ମଧ୍ୟ ଆପଣଙ୍କ ପାଇଁ ବହୁତ କଷ୍ଟକର । କିନ୍ତୁ ଟିକିଏ ସାବଧାନ ରହିବା ଦ୍ୱାରା ଆପଣ ନିଜ ପ୍ରାଇଭେସିକୁ ବଞ୍ଚାଇପାରିବେ ଓ ସାଇବର ଆକ୍ରମଣକାରୀଙ୍କ ଆକ୍ରମଣକୁ ଠପ୍ କରିି ପାରିବେ । ଏହା ସହିତ ହ୍ୟାକ୍ ହୋଇଥିବା ଫୋନକୁ ସହଜରେ ଠିକ କରିପାରିବେ ।

କମ୍ପ୍ୟୁଟର ହ୍ୟାକିଂ ଅପେକ୍ଷା ଫୋନ୍ ହ୍ୟାକିଂ ବହୁତ ସହଜ । ମାଗଣା ୱାଇଫାଇ କନେକ୍ସନ୍ ବ୍ୟବହାର କରି ହ୍ୟାକରମାନେ ଆପଣଙ୍କ ଫୋନକୁ ହ୍ୟାକ୍ କରିପାରିବେ । ଡିଜିଟାଲ୍ କୋଡିଂ ମାଧ୍ୟମରେ ହ୍ୟାକରମାନେ ଫୋନ୍ ହ୍ୟାକ୍ କରିପାରିବେ । ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ହ୍ୟାକ୍ ହୋଇପାରେ ।

ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଛି ବୋଲି କିପରି ଜାଣିବେ?
ଯଦି ଆପଣଙ୍କ ଫୋନର ବ୍ୟାଟେରୀ ବ୍ୟାକଅପ୍ କମ୍ ପାଇଛି, କିମ୍ବା ଫୋନର ସ୍ପିଡ୍ ସ୍ଲୋ ହୋଇଯାଉଛି, ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଥାଇପାରେ । ଏହା ବ୍ୟତୀତ ଅନେକ ଥର ଆପଣଙ୍କ ଫୋନରେ ମାଲୱେୟର, ନକଲି ଆପ୍ ମଧ୍ୟ ସାମ୍ନାକୁ ଆସିଥାଏ । ଅନେକ ଥର ଆପଣଙ୍କ ଫୋନରେ ଅନେକ ଆପ୍ ସ୍ୱୟଂଚାଳିତ ଭାବରେ ଖୋଲିବା ଆରମ୍ଭ କରେ କିମ୍ବା ଫୋନ୍ ହ୍ୟାଙ୍ଗ ହେବା ଆରମ୍ଭ କରେ । ଯଦି ଏହି ସମସ୍ୟାଗୁଡିକ ଆପଣଙ୍କ ଫୋନରେ ହେଉଛିି, ତେବେ ଆପଣଙ୍କ ଫୋନ୍ ହ୍ୟାକ୍ ହୋଇଥାଇପାରେ ।

ଫୋନ୍ ହ୍ୟାକ୍ ହେଲେ କ’ଣ କରିବେ ?
ଯଦି ଆପଣ ନିଜ ଫୋନରେ କିଛି ଅଜବ ଗତି ଦେଖିନ୍ତି ମାତ୍ରେ ତୁରନ୍ତ ଫୋନକୁ ରିଫ୍ରେସ୍ କରନ୍ତୁ । ଫୋନକୁ ରିବୁଟ୍ କିମ୍ବା ଫର୍ମାଟିଂ କରିବାକୁ ଚେଷ୍ଟା କରନ୍ତୁ । ତୁରନ୍ତ ଫୋନ୍ ସହିତ ଆଟାଚ୍ ହୋଇଥିବା ସମସ୍ତ ଇମେଲଗୁଡିକର ପାସୱାର୍ଡ ପରିବର୍ତ୍ତନ କରନ୍ତୁ । ଅନଭେରିଫାଇଡ୍ ଆପଗୁଡ଼ିକୁ ତୁରନ୍ତ ଡିଲିଟ୍ କରନ୍ତୁ । ଲକ୍ ପାଟର୍ଣ୍ଣ ଏବଂ ସିକ୍ୟୁରିଟୀ କୋଡ୍ ସଂପୂର୍ଣ୍ଣ ରୂପେ ବଦଳାନ୍ତୁ ।

ହ୍ୟାକ୍ ହୋଇଥିବା ଫୋନ୍ କିପରି ଠିକ୍ କରାଯିବ?
ଯଦି ଆପଣଙ୍କର ଫୋନ୍ ହ୍ୟାକ୍ ହୋଇଛି, ତେବେ ସର୍ବପ୍ରଥମେ ଆପଣଙ୍କ ଫୋନର ସେଟିଂକୁ ଯାଆନ୍ତୁ ଏବଂ ଆପ୍ସରେ ଟ୍ୟାପ୍ କରନ୍ତୁ । ଏହା ପରେ ଆପ୍ସ ମ୍ୟାନେଜ୍ ଉପରେ ଟ୍ୟାପ୍ କରନ୍ତୁ । ଏଠାରେ ଆପଣ ସମସ୍ତ ଆପ୍ସର ଏକ ତାଲିକା ପାଇବେ । ଆପଣ ଏହି ସମସ୍ତ ଆପ୍ ଚେକ୍ କରନ୍ତି । ଯଦି ଆପଣ ଏପରି କିଛି ଆପ୍ ଦେଖନ୍ତି, ଯାହା ଆପଣ ପୂର୍ବରୁ କେବେ ଦେଖି ନାହାଁନ୍ତି ଏବଂ ଏହା ଫୋନ୍ ସିଷ୍ଟମର ଅଂଶ ନୁହେଁ, ତେବେ ଏହାର ଅର୍ଥ ହେଉଛି ଏହା ଏକ Spy Apps । ସେଥିପାଇଁ ଏହାକୁ Uninstall କରନ୍ତୁ ।

ଏହା ବ୍ୟତୀତ ଆପଣ ନିଜ ଫୋନର ସେଟିଂକୁ ଯାଆନ୍ତୁ ଏବଂ ଗୁଗୁଲରେ ଟ୍ୟାପ୍ କରନ୍ତୁ । ଏହା ପରେ ସିକ୍ୟୁରିଟୀ ଉପରେ ଟ୍ୟାପ୍ କରନ୍ତୁ ଏବଂ ତାପରେ ଗୁଗୁଲ୍ ପ୍ଲେ ପ୍ରୋଟେକ୍ଟରେ ଟ୍ୟାପ୍ କରନ୍ତୁ । ଏଠାରେ ଆପଣ ସମସ୍ତ Spy Appsର ତାଲିକା ପାଇବେ । ସେମାନଙ୍କୁ ଗୋଟିଏ ପରେ ଗୋଟିଏ Uninstall କରିବାକୁ ପଡିବ । କିନ୍ତୁ ଯଦି ଆପଣଙ୍କୁ ‘No Problems Found’ ଲେଖା ମିଳେ, ତେବେ ଏହାର ଅର୍ଥ ହେଉଛି ସମସ୍ତ ଆପ୍ ସୁରକ୍ଷିତ ଅଛି ।

Get real time updates directly on you device, subscribe now.