fbpx
BSKY SKY
BSKY SKY

ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କୁ ମହୁମାଛି ଆକ୍ରମଣ

BSKY

ଭୁବନେଶ୍ୱର: ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀଙ୍କୁ ମହୁମାଛି ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ମୁତାବକ, ମହୁମାଛି ଆକ୍ରମଣରେ ବିଧାୟକ ଜଣକ ଆହତ ହୋଇଛନ୍ତି । ଯାହାଫଳରେ ବିଧାୟକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଜଣାପଡିଛି କି, ବ୍ଲକ୍ ଅଫିସ ନିକଟରେ ମର୍ଣ୍ଣିଂ ୱାର୍କରେ ଯିବା ବେଳେ ବିଧାୟକ ଭାଗିରଥୀ ସେଠୀଙ୍କୁ ମହୁମାଛି ଆକ୍ରମଣ କରିଥିଲେ । ଏହି ସମୟରେ ମହୁମାଛି କବଳରୁ ନିଜନିକୁ ରକ୍ଷା କରିବାକୁ ଯାଇ ବିଧାୟକ ନିକଟସ୍ଥ କ୍ଲବ୍ କାର୍ଯ୍ୟାଳୟକୁ ଦୌଡି ପଳାଇଥିଲେ । ତଥାପି ମହୁମାଛି ଆକ୍ରମଣ ଯୋଗୁଁ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ରୁ ୨୫ଟି ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ବିଧାୟକ ଭାଗିରଥୀ ସେଠୀ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ଓଡ଼ିଶା ବିଧାନ ସଭାରେ ସେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯ ଓ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆନନ୍ଦପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.