fbpx

PhonePe ରେ ବାଲାନ୍ସ ଚେକ୍ ହେଉନି କି? ତାହେଲେ ଏପରି କରି ସମସ୍ୟା ସମାଧାନ କରନ୍ତୁ…

ଓଡିଶା ଭାସ୍କର: ଆଜି କାଲି ନୋ କ୍ୟାସ ପେମେଣ୍ଟ ବା ଅନଲାଇନ ପେମେଣ୍ଟ ବହୁଳ ମାତ୍ରାରେ ଚାଲିଛି । ଗ୍ରାହକମାନେ ସାମାନ୍ୟ ଚା’ କିଣିବା ଠାରୁ ଆରମ୍ଭ କରି ଲକ୍ଷ ଲକ୍ଷ ଟଙ୍କାର ଲେଣଦେଣ ୟୁପିଆଇ(ଫୋନ ପେ, ଗୁଗଲ ପେ,ଆମାଜନ ପେ, ପେଟିଏମ) ଜରିଆରେ କରୁଛନ୍ତି । ତେବେ ୟୁପିଆଇର ଫୋନପେ ଜରିଆରେ ପ୍ରାୟ ସମସ୍ତେ ଟଙ୍କା ଲେଣଦେଣ କରୁଥିବା ଦେଖିବାକୁ ମିଳୁଛି । ସାଧାରଣତଃ ଆକାଉଣ୍ଟରେ ବାଲାନ୍ସ ଚେକ କରି ସାରିବା ପରେ ସକ୍ଷମ ଅନୁଯାୟୀ ଆପଣ କାହାକୁ ଟଙ୍କା ପଠେଇପାରିଥା’ନ୍ତି । ହେଲେ ବେଳେ ବେଳେ ଆପଣ ବାଲାନ୍ସ ଚେକ କଲା ବେଳେ ଆପଣଙ୍କ ଆକାଉଣ୍ଟରେ କେତେ ଟଙ୍କା ଅଛି, ଆପଣ ତାହା ଦେଖିବାରେ ସକ୍ଷମ ହୋଇନଥାନ୍ତି । ଆପଣ ଚେକ କରୁଥିବା ସମୟରେ, ଆପଣ ଆପଣଙ୍କ ଆକାଉଣ୍ଟ ବାଲାନ୍ସ ଦେଖିବାକୁ ସକ୍ଷମ ନୁହେଁ ବୋଲି ଫୋନ ପେ ପକ୍ଷରୁ ଏକ ସୂଚନା ଦିଆଯାଇଥାଏ । Unable to load account balance ବା Unable to fetch bank balance! ବୋଲି ଏକ ଲେଖା ସ୍କ୍ରିନ ସାମ୍ନାକୁ ଆସିଥାଏ । ତେବେ ଏଭଳି ସମସ୍ୟା ହେବାର କାରଣ କଣ ଓ ଏଭଳି ସମସ୍ୟା ହେଲେ କଣ କରିବା ଦରକାର ସେ ସମ୍ପର୍କରେ ଜାଣନ୍ତୁ ।

SBI UPI servers down: Google Pay, PayTM, PhonePe users.. - PiunikaWeb

ଏଭଳି ସମସ୍ୟା ହେବାର କାରଣ କଣ ହୋଇପାରେ?

  • ଆପଣଙ୍କ ଖାତା ଥିବା ବ୍ୟାଙ୍କରେ ଟେକ୍ନିକାଲ ସମସ୍ୟା ଥାଇପାରେ ।
  • ଇଣ୍ଟରନେଟ ସ୍ଲୋ ଥାଇ ପାରେ ନହେଲେ ଇଣ୍ଟରନେଟ ସଂଯୋଗ ସମସ୍ୟା ଥାଇପାରେ ।
  • ଥରେ କିମ୍ବା ଏହାଠାରୁ ଅଧିକ ଥର ଭୁଲ ୟୁପିଆଇ ପିନ ଦେବାରୁ ଏଭଳି ସମସ୍ୟା ମଧ୍ୟ ହୋଇଥାଇପାରେ ।
  • ଯଦି ଉକ୍ତ ଆକାଉଣ୍ଟରେ ୟୁପିଆଇ ପିନ ସଂଯୋଗ ନଥିବ ତାହେଲେ ବି ଏଭଳି ସମସ୍ୟା ଦେଖାହେବ ।

ଏହି ସମସ୍ୟା ବେଳେ କ’ଣ କରିବେ?

୧. କୌଣସି ଟେକ୍ନିକାଲ ସମସ୍ୟା ଥାଇ ପାରେ ଏଣୁ ପ୍ରାୟ ୧ ଘଣ୍ଟା ପରେ ପୁଣିଥରେ ଆପଣଙ୍କ ବାଲାନ୍ସ ଚେକ କରନ୍ତୁ ।

୨. ଇଣ୍ଟରନେଟ ସମସ୍ୟା ସମାଧାନ କରି ସାରିବା ପରେ ବାଲାନ୍ସ ଚେକ କରନ୍ତୁ ।

୩. ସଠିକ ପିନ ନମ୍ବରକୁ ମନେ ପକାନ୍ତୁ ନଚେତ ପିନ ନମ୍ବରକୁ ବଦଳାଇ ନୂଆ ପିନ ସୃଷ୍ଟି କରନ୍ତୁ ।

୪. ୟୁପିଆଇ ଆକାଉଣ୍ଟ ସେଟିଂରେକୁ ଯାଇ ତ୍ରୁଟି ଯାଞ୍ଚ କରନ୍ତୁ ।

୫. ଯଦି ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ଆକାଉଣ୍ଟରେ ସମାନ ନମ୍ବର ରହିଛି ତେବେ ବ୍ୟାଙ୍କକୁ ଯାଇ ସମସ୍ୟା ସମ୍ପର୍କରେ ପଚାରି ବୁଝନ୍ତୁ ।

୬. ବ୍ୟାଙ୍କ ଆକାଉଣ୍ଟ କିମ୍ବା ୟୁପିଆଇ ନମ୍ବର ଯାଞ୍ଚ କରି ସାରିବା ପରେ ଯାଇ ବାଲାନ୍ସ ଚେକ କରନ୍ତୁ ।

Get real time updates directly on you device, subscribe now.