fbpx

୫ ବର୍ଷ ପୁରୁଣା ବ୍ୟାଙ୍କ ଆକାଉଣ୍ଟର ଷ୍ଟେଟମେଣ୍ଟ କିପରି ପାଇବେ? ଜାଣନ୍ତୁ ପ୍ରୋସେସ୍

ନୂଆଦିଲ୍ଲୀ: ଆଜିକାଲି ମୋବାଇଲ ବ୍ୟାକିଂ ଓ ଇଣ୍ଟରନେଟ୍ ସହାୟତାରେ ଲୋକମାନେ ଘରେ ବସି ବସି ବ୍ୟାଙ୍କର କାମ ସହଜରେ କରିପାରୁଛନ୍ତି । ଆଗକାଳରେ ତ ଛୋଟ ଛୋଟ କାମ ପାଇଁ ବ୍ୟାଙ୍କକୁ ଦୌଡ଼ିବାକୁ ପଡୁଥିଲା । କିନ୍ତୁ ଏବେ ମୋବାଇଲରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବାଠୁ ନେଇ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବା କାମ ବି ହୋଇପାରୁଛି । କିଛି ଲୋକ ଅନେକ ବର୍ଷ ପୁରୁଣା ବ୍ୟାଙ୍କ ଷ୍ଟେଟମେଣ୍ଟ ଚେକ୍ କରିବାକୁ ଚାହୁଁଛନ୍ତି, କିନ୍ତୁ କରିପାରୁନାହାନ୍ତି । ଯଦି ଆପଣ ବି ଏପରି କରିବାକୁ ଚାହାଁନ୍ତି, ତେବେ ଆସନ୍ତୁ ଜାଣିବା ଏହାର କିଛି ସହଜ ଟିପ୍ସ…

ସାଧାରଣତଃ ବ୍ୟାଙ୍କ ଷ୍ଟେଟମେଣ୍ଟ ଦେଖିବା ପାଇଁ ବ୍ୟାଙ୍କ ଯାଇ ପାସବୁକ୍ ଏଣ୍ଟ୍ରି କରିବାକୁ ପଡ଼ିଥାଏ । କିଛି ସମୟର ପୁରୁଣା ଷ୍ଟେଟମେଣ୍ଟ ତ ଆରାମରେ ମିଳିଯିବ, କିନ୍ତୁ ୫ ବର୍ଷ ପୁରୁଣା ଷ୍ଟେଟମେଣ୍ଟ ଦେଖିବାକୁ ଥିଲେ ଆପଣ କ’ଣ କରିବେ? ଏତେ ପୁରୁଣା ଷ୍ଟେଟମେଣ୍ଟ ବି ଆପଣ ମୋବାଇଲରେ ଦେଖିପାରିବେ ନାହିଁ, ଏଥିପାଇଁ ବ୍ୟାଙ୍କ ଯିବାକୁ ପଡିବ ।

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ କଥା କହିବାକୁ କଲେ, ଏହାର ୱେବସାଇଟରେ ଆପଣ କେବଳ ୩ ବର୍ଷ ପୁରୁଣା ଷ୍ଟେଟମେଣ୍ଟ ବାହାର କରିପାରିବେ । ଏହାଠାରୁ ପୁରୁଣା ବ୍ୟାଙ୍କ ଷ୍ଟେଟମେଣ୍ଟ ଦେଖିବାକୁ ଚାହୁଁଥିଲେ ବ୍ୟାଙ୍କର ବ୍ରାଞ୍ଚ ସହ ସମ୍ପର୍କ କରିବାକୁ ପଡିବ । ସେଠାରେ କିଛି ପୁରୁଣା ପ୍ରମାଣପତ୍ର ଦେଖାଇ ଆପଣ ପୁରୁଣା ଷ୍ଟେଟମେଣ୍ଟ ଦେଖିପାରିବେ ।

ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ବା ପିଏନବିରେ ଆପଣ ଅନଲାଇନ୍ ପାସବୁକ୍ ଜରିଆରେ କେବଳ ୯୦ ଦିନର ପୁରୁଣା ଷ୍ଟେଟମେଣ୍ଟ ଦେଖିପାରିବେ । ଯଦି ଆପଣ ଏହାଠାରୁ ଅଧିକ ପୁରୁଣା ଷ୍ଟେଟମେଣ୍ଟ ବାହାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପିଏନବିର ଇ-ଷ୍ଟେଟମେଣ୍ଟ ପାଇଁ ପଞ୍ଜୀକରଣ କରିବାକୁ ପଡିବ । ପିଏନବିକୁ ଇମେଲ ବା ଏସଏମଏସ ପଠାଇ ଏହାକୁ ଆରମ୍ଭ କରିପାରିବେ । ଆପଣ ପିଏନବି କଷ୍ଟମର କେୟାରକୁ କଲ୍ କରି ମଧ୍ୟ ଏହି ସର୍ଭିସକୁ ଆରମ୍ଭ କରିପାରିବେ ।

Get real time updates directly on you device, subscribe now.