fbpx

E-Shram କାର୍ଡରେ ଲାଭ ଉଠାଇବେ କେମିତି: କେନ୍ଦ୍ର ସରକାର ଗରିବଙ୍କୁ କେଉଁ ସବୁ ଫାଇଦା ଦେଉଛନ୍ତି, କେମିତି ରେଜିଷ୍ଟ୍ରେସନ କରିବେ

ନୂଆଦିଲ୍ଲୀ: ଦେଶର ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ ଯୋଜନା ଆରମ୍ଭ କରିଛନ୍ତି । ଏହି ସ୍କିମରେ ଯୋଡ଼ି ହେଲେ ଶ୍ରମିକମାନଙ୍କୁ ସରକାରଙ୍କ ତରଫରୁ ଅନେକ ଫାଇଦା ମିଳିଥାଏ । ଏଥିସହିତ ମାଗଣାରେ ବୀମା ସୁବିଧା ମଧ୍ୟ ମିଳିଥାଏ । ସାଧାରଣ ବର୍ଗ ତଥା ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହା ଏକ ଭଲ ଯୋଜନା । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୨୮ କୋଟିରୁ ଅଧିକ ଲୋକ ପଞ୍ଜିକୃତ ହୋଇ ସାରିଲେଣି ।

ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ନିଜର ନିଜର ରେଜିଷ୍ଟ୍ରେସନ ଇ-ଶ୍ରମ ପୋର୍ଟାଲରେ କରିପାରିବେ । ରେଜିଷ୍ଟ୍ରେସନ କରିବା ପରେ ଶ୍ରମିକଙ୍କୁ ସରକାରଙ୍କ ତରଫରୁ ଯୋଜନାର ଲାଭ ପ୍ରଦାନ କରାଯାଇଥାଏ । ଏହି ଯୋଜନାରେ ଶ୍ରମିକଙ୍କୁ ୨ ଲକ୍ଷର ଦୁର୍ଘଟଣାଜନିତ ବୀମା ପ୍ରଦାନ କରାଯାଇଥାଏ । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ବିଏମଏସବିୱାଇ)ରେ ଶ୍ରମିକଙ୍କୁ ବୀମା ସୁବିଧା ଯୋଗାଇ ଦିଆଯାଇଥାଏ ।

ଏହି ଯୋଜନାରେ ବୀମା ପାଇଁ ପ୍ରିମିୟମ ଦେବାକୁ ପଡ଼ିନଥାଏ । ଯଦି କୌଣସି ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୁଏ ବା ସେ ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗ ପାଲଟି ଯାଆନ୍ତି, ତେବେ ତାଙ୍କୁ ୨ ଲକ୍ଷ ଟଙ୍କାର ବୀମା ରାଶି ମିଳିଥାଏ । ଆଂଶିକ ଭାବେ ଦିବ୍ୟାଙ୍ଗ ହେଲେ ତାଙ୍କୁ ୧ ଲକ୍ଷ ଟଙ୍କାର ବୀମା ମିଳିଥାଏ । ଇ-ଶ୍ରମ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା ପାଇଁ ଆଧାର କାର୍ଡ ସହିତ ସଂଯୋଗ ହୋଇଥିବା ମୋବାଇଲ ନମ୍ବର ଆବଶ୍ୟକ । ଯାହାର ମୋବାଇଲ ନମ୍ବର ଆଧାର ଲିଙ୍କ ହୋଇନଥିବ, ସେ ନିକଟସ୍ଥ ସିଏସସି କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ ମାଧ୍ୟମରେ ରେଜିଷ୍ଟ୍ରେସନ କରିପାରିବେ । ଯଦି ଜଣେ ପିଏମ କିଷାନ ଯୋଜନାର ଲାଭାର୍ଥୀ ହୋଇଥିବେ ତେବେ ତାଙ୍କୁ ଇ-ଶ୍ରମ ସ୍କିମରେ ଅର୍ଥ ମିଳିବ ନାହିଁ । ୧୬-୫୯ ବର୍ଷର ଅସଂଗଠିତ କ୍ଷେତ୍ରର ଲୋକମାନେ ଇ-ଶ୍ରମ ପୋର୍ଟାଲ https://www.eshram.gov.in/ରେ ରେଜିଷ୍ଟ୍ରେସନ କରିପାରିବେ ।

Get real time updates directly on you device, subscribe now.