fbpx

କଞ୍ଚା ପିଆଜ ଖାଇବା ପରେ କିପରି ଦୂର କରିବେ ମୁହଁର ଦୁର୍ଗନ୍ଧ

କଞ୍ଚା ପିଆଜ ଖାଇବା ଦ୍ୱାରା ଆମ ଶରୀରର ବହୁତ ଫାଇଦା ହୋଇଥାଏ । ଯାହା ଆମ ଶରୀର ପାଇଁ ଅନେକ ପ୍ରକାର କାର୍ଯ୍ୟ କରିଥାଏ । ପିଆଜରେ ସଲଫର, ପୋଟାସିୟମ ଏବଂ ଜିଙ୍କ ଥାଏ । ଯାହା ଆପଣଙ୍କ ଶରୀର ପାଇଁ ଅନେକ ପ୍ରକାର କାର୍ଯ୍ୟ କରିଥାଏ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ପିଆଜ ଖାଇବାର ଲାଭ ବହୁତ ଅଛି କିନ୍ତୁ ଏହି କଞ୍ଚା ପିଆଜ ଖାଇବା ପରେ ମୁହଁରୁ ଦୁର୍ଗନ୍ଧ ବାହାରି ଥାଏ ଯାହା ଆପଣମାନଙ୍କୁ ବିରକ୍ତ କରିଥାଏ । କଞ୍ଚା ପିଆଜ ଖାଇବା ପରେ ଏହାର ରସ ଏହା ମୁହଁରେ ଥିବା ବ୍ୟାକ୍ଟେରିଆ ସହିତ ମିଶି ଦୁର୍ଗନ୍ଧ ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା କିଛି ଟିପ୍ସ ବିଷୟରେ ଯାହା ଆପଣଙ୍କ ଏହି ସମସ୍ୟା ଦୂର କରି ପାରିବ ।

ପିଆଜ ଖାଇବା ପୂର୍ବରୁ ଆପଣ ପିଆଜକୁ ଲେମ୍ବୁ ପାଣି କିମ୍ବା ଭିନେଗାର ପାଣିରେ କିଛି ସମୟ ପକାଇ ରଖନ୍ତୁ । ଏହା ପରେ ଏହି ପିଆଜକୁ ସେବନ କରିବା ଦ୍ୱାରା ମୁହଁରୁ ଅଧିକ ଦୁର୍ଗନ୍ଧ ଆସେ ନାହିଁ ।

କଞ୍ଚା ପିଆଜ ଖାଇବା ପରେ ସଙ୍ଗେ ସଙ୍ଗେ ମୁହଁର ଦୁର୍ଗନ୍ଧ ଦୂର କରିବା ପାଇଁ ଆପଣ ପାନମଧୁରୀ ଖାଇ ପାରିବେ । ପାନମଧୁରୀରେ ଏରୋମେଟିକ ଗୁଣ ଥାଏ । ଏହାକୁ ଚୋବାଇବା ଦ୍ୱାରା ମୁହିଁରୁ ଆଣ୍ଟି ବ୍ୟାକ୍ଟେରୀଆ ଦୂର ହୋଇଥାନ୍ତି । ଯାହା ଦ୍ୱାରା ପିଆଜ ଦୁର୍ଗନ୍ଧ ହୋଇ ଥାଏ । ପାନ ମଧୁରୀ ଚୋବାଇବା ଦ୍ୱାରା ମୁହଁରୁ ସୁଗନ୍ଧ ଆସିଥାଏ ।

ଲବଙ୍ଗ ଏକ ଏପରି ଜିନିଷ ଯାହା ଆପଣଙ୍କ ଓରାଲ ହେଲଥ ପାଇଁ ସବୁଠାରୁ ଗୁରୁତର । ଖାଇବା ଖାଇବା ପରେ ଯଦି ଆପଣ ଲବଙ୍ଗ ଚୋବାଇବେ ତେବେ ଆପଣଙ୍କ ପାଚନ ଶକ୍ତି ମଜଭୁତ ହେବା ସହିତ ଏହା ମୁହଁରୁ ବାହାରୁ ଥିବା ପିଆଜ ଦୁର୍ଗନ୍ଧ ମଧ୍ୟ ଦୂର କରିଥାଏ ।

Get real time updates directly on you device, subscribe now.