fbpx

ବିନା ସର୍ଜରୀରେ ଆଖି ସମସ୍ୟା ଦୂର କରିବାର ଜାଣନ୍ତୁ ଏହିସବୁ ସହଜ ଉପାୟ …

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ଥବହୁଳ ଦୁନିଆରେ ଆମେ ନିଜ ପ୍ରତି ଧ୍ୟାନ ଦେବାକୁ ମୁଖ୍ୟତଃ ଭୁଲି ଯାଇଥାଉ |ଯାହାଫଳରେ ଆମ ଶରୀରରେ ଅନେକ ସମସ୍ୟା ଦେଖାଦେବା ଆରମ୍ଭ ହୋଇଥାଏ | ତେବେ ଆଜିର ଯୁବପିଢ଼ିଙ୍କ ନିକଟରେ ଦେଖା ଦେଉଥିବା ମୁଖ୍ୟ ସମସ୍ୟା ମାନଙ୍କ ମଧ୍ୟରୁ ଅନ୍ୟତମ ସମସ୍ୟା ହେଉଛି ଆଖି ଜନିତ ସମସ୍ୟା | ଯାହା ଫଳରେ ଆପଣଙ୍କ ଦୃଷ୍ଟି ଶକ୍ତି ମଧ୍ୟ ଚାଲି ଯାଇପାରେ | ଆଜିର ସମୟରେ ବଢୁଥିବା ପ୍ରଦୂଷଣ ପାଇଁ କେତେକ ରୋଗ ବଢିବାକୁ ଲାଗିଛି, ବକ୍ରଦ୍ରୁଷ୍ଟି ଦୋଷ ଆଖି ସହ ଜଡିତ ଏକ ବଡ ଗମ୍ଭୀର ସମସ୍ୟା ଅଟେ, ଯେଉଁଥିରେ ରୋଗୀ ଆଖି ଲେନ୍ସ ଉପରେ ଗ୍ଳୁକୋମା ଆସିଯାଏ ଯାହା ଦ୍ଵାରା ରୋଗୀକୁ ଦେଖିବାରେ କଷ୍ଟ ହୋଇଥାଏ । ରୋଗୀକୁ କୌଣସି ଜିନିଷ ସଫା ଦେଖାଯାଏ ନାହିଁ, ବକ୍ରଦ୍ରୁଷ୍ଟି ଦୋଷ ସମସ୍ୟା ଦୂର କରିବା ପାଇଁ ରୋଗୀକୁ ସର୍ଜରୀର ଆବଶ୍ୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବିନା ସର୍ଜରୀରେ ଆଖି ସମସ୍ୟା ଦୂର କରିବା ପାଇଁ ଉପାୟ :-

ଜାତୀୟ ଚକ୍ଷୁ ପ୍ରତିଷ୍ଠାନ ଅନୁଯାୟୀ, ଆପଣ ଭଲ ଖାଇବା ଏବଂ ବ୍ୟାୟାମ ଭଳି ସୁସ୍ଥ ଅଭ୍ୟାସ ଦ୍ୱାରା ଭଲ ଦୃଷ୍ଟି ଶକ୍ତି ବଜାୟ ରଖିବାରେ ସକ୍ଷମ ହୋଇପାରିବେ | ତେବେ ଆସନ୍ତୁ ଜାଣିବା ଏହିସବୁ ଉପାୟ ଗୁଡ଼ିକ ବିଷୟରେ :-

  • ସର୍ଜରୀ ବିନା ଭଲ ଦୃଷ୍ଟି ଶକ୍ତି ପାଇଁ ଆପଣ ଚଷମା ବ୍ୟବହାର କରନ୍ତୁ |
  • ସୁସ୍ଥ ଦୃଷ୍ଟି ଶକ୍ତି ନିମନ୍ତେ ବିଭିନ୍ନ ପନିପରିବା ଖାଆନ୍ତୁ |
  • ବିଶେଷ ଭାବରେ ଧୁମ୍ରପାନ କରିବା ଠାରୁ ଦୂରେଇ ରୁହନ୍ତୁ |
  • ସୁସ୍ଥ ଦୃଷ୍ଟି ଶକ୍ତି ପାଇଁ ଉତ୍ତମ ଡାଏଟ୍ ଫଲୋ କରନ୍ତୁ |
  • ଚକ୍ଷୁ ରୋଗ ବିଶେଷଜ୍ଞଙ୍କ ସହିତ ନିୟମିତ ଚକ୍ଷୁ ପରୀକ୍ଷା କରନ୍ତୁ |

ଅନ୍ୟପକ୍ଷେ ଘରୋଇ ଉପଚାର ଦ୍ୱାରା ମଧ୍ୟ ଆପଣ ଆଖି ସମସ୍ୟାରୁ ମୁକ୍ତି ପାଇପାରିବେ | ତେବେ ଆଖି ଜନିତ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର ଅତ୍ୟନ୍ତ ସହଜ ଏବଂ ସୁବିଧା ଜନକ ଉପାୟ ଅଟେ |

  • ଆଖି ସମସ୍ୟା ପାଇଁ ବାଦାମ ଅତ୍ୟନ୍ତ ଭଲ ହୋଇଥାଏ | ଏହା ଦ୍ୱାରା ଆପଣଙ୍କ ଦୃଷ୍ଟି ଶକ୍ତି ମଧ୍ୟ ଭଲ ରହିଥାଏ | ରାତିରେ ଶୋଇବା ଆଗରୁ ୪ଟି ବାଦାମ ଭିଜାଇ କରି ରଖନ୍ତୁ, ସକାଳେ ଉଠିଲା ପରେ ବାଦାମ ଓ ୪ଟି ଗୋଲମରିଚ ଓ ମିଶ୍ରି ସହ ମିଶାଇ ବାଟିବା ପରେ କ୍ଷୀର ସହ ମିଶେଇ ପିଅନ୍ତୁ ।
  • ନିୟମିତ ରୂପରେ ଗ୍ରୀନ ଟି ସେବନ ଦ୍ୱାରା ମଧ୍ୟ ଆଖିର ଦୃଷ୍ଟି ଶକ୍ତି ଦୋଷ ଭଲ ହୋଇଥାଏ, ଗ୍ରୀନ ଟିରେ ଆନ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ| ଯାହା ଆଖିକୁ ଫ୍ରେସନେସ ପ୍ରଦାନ କରିଥାଏ । ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ |
  • ଜାମୁ କୋଳିରେ ଭରପୁର ମାତ୍ରାରେ ଏଂଥୋସାଇନୋସାଇଡ୍ସ ଓ ଫ୍ଲେୱୋନାଇଡ୍ସ ଥାଏ ଯାହା ଆଖି ଲେନ୍ସକୁ ସୁରକ୍ଷା ପ୍ରଦାନ କରିଥାଏ । ଜାମୁ କୋଳି ସେବନ କରିବା ଦ୍ୱାରା ମଧ୍ୟ ଆପଣଙ୍କ ଦୃଷ୍ଟି ଶକ୍ତି କ୍ଷୀଣ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.