କିପରି ଜାଣିବେ ଆପଣ ଦୁର୍ବଳ ବ୍ୟକ୍ତିତ୍ୱର ଶିକାର ଅଟନ୍ତି ? ଏହି ସଂକେତ ଦେଖାଗଲେ ହୋଇଯାଆନ୍ତୁ ସାବଧାନ

ନକାରାତ୍ମକ ଚିନ୍ତାଧାରା ଆତ୍ମବିଶ୍ୱାସ ସ୍ତରକୁ ପ୍ରଭାବିତ କରିଥାଏ। ବ୍ୟକ୍ତିତ୍ୱର ବିକାଶ ପାଇଁ ଜୀବନଶୈଳୀରେ କିଛି ପରିବର୍ତନ ସଫଳତା ଆଡ଼କୁ ବାଟ କଡ଼େଇ ନିଏା

ଓଡ଼ିଶା ଭାସ୍କର: ବ୍ୟକ୍ତିର ବ୍ୟକ୍ତିତ୍ୱ ସେମାନଙ୍କ ବିଷୟରେ ଅନେକ କିଛି କହିଥାଏ। ସେମାନଙ୍କ ସକାରାତ୍ମକ ଏବଂ ନକାରାତ୍ମକ ପର୍ସନାଲିଟି ଅନେକ ଉପାୟରେ ଆମକୁ ପ୍ରଭାବିତ କରିଥାନ୍ତି ।

ବ୍ୟକ୍ତି ଜଣଙ୍କ କଥାବାର୍ତ୍ତା, ଚିନ୍ତାଧାରା, ରୁଚି ଇତ୍ୟାଦି ସେମାନଙ୍କ ବ୍ୟବହାରରୁ ଜଣାପଡ଼ିଥାଏ।

କିନ୍ତୁ ବେଳେ ବେଳେ ଆମେ ନିଜ କ୍ଷମତା ଉପରେ ସନ୍ଦେହ କରିଥାଉ। ଏହା ଧିରେ ଧିରେ ଆମ ଆତ୍ମବିଶ୍ୱାସକୁ ହ୍ରାସ କରିଥାଏ।

ତେବେ ଆସନ୍ତୁ ଜାଣିବା କେଉଁ କାରଣ ପାଇଁ ଆମ ପର୍ସନାଲିଟି ଦୁର୍ବଳ ହୋଇଥାଏ?

୧. ଅନୁଶାସନହୀନତା: ଅନୁଶାସନ ଜୀବନକୁ ଏକ ନୂତନ ଗତି ଦେଇଥାଏ । ଅନୁଶାସନହୀନତା, ଲକ୍ଷହୀନ ଜୀବନ ପରି ଅଟେ ।

ଏହା ବ୍ୟକ୍ତିକୁ ଦିଗହରା ଓ ଭ୍ରମିତ କରାଇଥାଏ । ଅନ୍ୟ ପୂର୍ବରୁ ପ୍ରଥମେ ନିଜକୁ ସୁଧାରିବାକୁ ପଡ଼ିଥାଏ ।

ନିଜକୁ ଅନୁଶାସନରୁ ଦୂରେଇ ରଖିଲେ ସାମ୍ନା ବ୍ୟକ୍ତି ଆପଣଙ୍କୁ ଦୁର୍ବଳ ମନେ କରିଥାଏ । ବ୍ୟକ୍ତିତ୍ୱ ବିକାଶରେ ପ୍ରଥମ ପାହାଚ ହେଉଛି ଅନୁଶାସନ ।

ଏହା ଦ୍ୱାରା ଆପଣ ଅନ୍ୟକୁ ପ୍ରଭାବିତ କରିପାରିବେ । ବ୍ୟକ୍ତିର ସାମଗ୍ରିକ ବିକାଶ ପାଇଁ ଅନୁଶାସନ ଜରୁରୀ ଅଟେ ।

୨. ତୁଳନା କରିବା: ଅଧିକାଂଶ ସମୟରେ ବ୍ୟକ୍ତି ନିଜକୁ ଅନ୍ୟ ସହ ତୁଳନା କରିଥାଏ ।

ଏଭଳି ବ୍ୟକ୍ତି ନିଜେ ଖୁସିରେ ରହିପାରେନି କି କାହାକୁ ଖୁସିରେ ରହିବାକୁ ଦିଏ ନାହିଁ ।

ଫଲରେ ମନରେ ନକାରାତ୍ମକ ଚିନ୍ତାଧାରା ଆସିବା ସହ ଆତ୍ମବିଶ୍ୱାସ ସ୍ତର ହ୍ରାସ ପାଇଥାଏ ଯାହା ସେମାନଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ ।

ତେଣୁ ମନେ ରଖନ୍ତୁ କି ପ୍ରତ୍ୟେକ ବ୍ୟକ୍ତି ଭିନ୍ନ ଏବଂ ସମସ୍ତ ନିଜ କ୍ଷମତା ଅନୁଯାୟୀ କାର୍ଯ୍ୟ କରିଥାନ୍ତି ।

ଅନ୍ୟମାନଙ୍କୁ ଗୁରୁତ୍ୱ ଦେବା ଅପେକ୍ଷା ନିଜ ଉପରେ ଫୋକସ୍ କରନ୍ତୁ ।

୩. ଭାବନା ବ୍ୟକ୍ତ କରିବା: କଥାରେ ଅଛି ବ୍ୟକ୍ତିର ଚିନ୍ତାଧାରା ତା’ର ସଂଗତ ଉପେର ନିର୍ଭର କରିଥାଏ । ତେଣୁ ସବୁବେଳେ ସକାରାତ୍ମକ ଏବଂ ପ୍ରେରଣାଦାୟୀ ଲୋକଙ୍କ ଗହଣରେ ରୁହନ୍ତୁ ।

ଏହା ଆପଣଙ୍କ ପର୍ସନାଲିଟିକୁ ଦୁର୍ବଳ ହେବାକୁ ଦିଏନାହିଁ । ନିଜ କଥାକୁ ସ୍ପଷ୍ଟ ଏବଂ ସଂକ୍ଷିପ୍ତ ଭାବେ ଅନ୍ୟ ସାମ୍ନାରେ ଉପସ୍ଥାପନା କରିବା ଶିଖନ୍ତୁ ।

ଏହା ଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ନର୍ଭସ ହୋଇ ସାମ୍ନା ବ୍ୟକ୍ତିକୁ ନିଜ ଦୁର୍ବଳତା ବିଷୟରେ କିଛି ବି ସଂକେତ ଦିଅନ୍ତୁ ନାହିଁ ।

୪. ନିଜ କମଫର୍ଟ ଜୋନରୁ ବାହାରିବା: ଅଧିକାଂଶ ବ୍ୟକ୍ତି ନିଜ କମଫର୍ଟ ଜୋନରେ ରହିବା ପସନ୍ଦ କରିଥାନ୍ତି । ଏହା ସେମାନଙ୍କ କ୍ୟାରିୟର ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ ।

ଜୀବନରେ ଉତ୍ଥାନ ପତନ ଲାଗି ରହିଥାଏ କିନ୍ତୁ ଏହା ମାନେ ନୁହେଁ କି ଆମେ ରିସ୍କ ନେବାକୁ ପଛଘୁଞ୍ଚା ଦେବା । ଜୀବନରେ ଅନେକ ଦିଗକୁ ଏକ୍ସପ୍ଲୋର କରିବା ଉଚିତ ।

ଅନ୍ୟମାନଙ୍କ ସହ ନ ମିଶିଲେ ଆମ କମ୍ୟୁନିକେସନ ସ୍ତର ଧିରେ ଧିରେ ହ୍ରାସ ହୋଇଥାଏ । ଜୀବନରେ ସଂଘର୍ଷ ନ କଲେ ସଫଳତାର ସ୍ୱାଦ ମିଳିନଥାଏ ତେଣୁ ଅନେକ ସମୟରେ ଚ୍ୟାଲେଞ୍ଜ ସ୍ଵୀକାର କରିବା ଉଚିତ।