ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଇଣ୍ଟରନେଟ ଯେତିକି ହିତସାଧନ କରୁଛି ସେତିକି କ୍ଷତି ମଧ୍ୟ ଘଟାଉଛି । ଦିନକୁ ଦିନ ଅନଲାଇନର ଚାହିଦା ବଢ଼ି ଚାଲିଥିବା ବେଳେ ଠକମାନେ ୟୁଜର୍ସଙ୍କୁ ଟାର୍ଗେଟ୍ କରୁଛନ୍ତି । ତେଣୁ ସେଥିରୁ ବର୍ତ୍ତିବାକୁ ହେଲେ ଆପଣଙ୍କୁ ନିଜ ପ୍ରାଇଭେସି ଉପରେ ଗୁରୁତ୍ୱ ଦେବା ଦରକାର । ଅଧିକାଂଶ ଲୋକ ଫେସବୁକ ଲଗ୍ ଇନ୍ ଓ ଲଗ୍ ଆଉଟ୍ କରିବା ନେଇ ଅବହେଳା କରିଥାନ୍ତି । ଯଦି ଆପଣ ସଚେତନ ହେବେ, ତେବେ ଅନ୍ୟ କେହି ଆପଣଙ୍କ ଫେସବୁକ ଆକାଉଣ୍ଟ ଲଗ୍ ଇନ୍ କରିଛି ନା ନାହିଁ ତାହା ସହଜରେ ଜାଣି ପାରିବେ ।
ଯଦି କେହି ଆପଣଙ୍କ ଆକାଉଣ୍ଟ ଲଗ୍ ଇନ୍ କରିରଖିଥାଏ, ତାହା ଜାଣିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଫେସବୁକ୍ ଆପ୍ ବା ଡେସ୍କଟପ୍ ଭର୍ସନ ଖୋଲିବାକୁ ପଡ଼ିବ । ଏଥିପାଇଁ ଫେସବୁକରେ ଏକ ସେଣ୍ଟିଂ ରହିଥାଏ, ଯାହା ଦ୍ୱାରା ଆପଣ ଅଜଣା ଡିଭାଇସରେ ଲଗ୍ ଇନ୍ ଆକାଉଣ୍ଟକୁ ହଟାଇ ପାରିବେ । ଏହାପରେ ଆପଣ ସେଣ୍ଟିଂ ଅପସନକୁ ଯାଇ ସିକ୍ୟୁରିଟି ଓ ଲଗିନ୍ସ ଅପସନକୁ ଯିବାକୁ ପଡ଼ିବ । ଏହାପରେ where you’re logged in ଅପସନରେ କ୍ଲିକ କରିବାକୁ ପଡ଼ିବ । ସେଠାରେ ଆପଣଙ୍କୁ ଡିଭାଇସର ସମ୍ପୂର୍ଣ୍ଣ ଲିଷ୍ଟ ଦେଖାଯିବ, ଯେଉଁଠାରେ ଫେସବୁକ ୟୁଜର ନେମ୍ ଓ ପାସୱାର୍ଡ ଦେଇ ଲଗ୍ ଇନ୍ କରିବାକୁ ପଡ଼ିବ । ଏହାପରେ ଆପଣଙ୍କ ଫେସବୁକ ଆକାଉଣ୍ଟ ଯେଉଁ ଡିଭାଇସରେ ଲଗ୍ ଇନ୍ ହୋଇଛି, ତାହା ଦୃଶ୍ୟମାନ ହେବ । ଆପଣ ଅଜଣା ଡିଭାଇସକୁ ହଟାଇବା ସହ ପାସୱାର୍ଡ ପରିବର୍ତ୍ତନ ଓ ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ୍ ଅନ୍ କରି ନିଜର ଆକାଉଣ୍ଟକୁ ସୁରକ୍ଷିତ ରଖିପାରିବେ ।