fbpx
BSKY
BJD MS SKY
BJD YOUTH SKY

(Video) କେମିତି ଚିହ୍ନିବେ DeepFake Video? ଅଭିଯୋଗ ପାଇଁ ଡାଏଲ କରନ୍ତୁ ଏହି ନମ୍ବର

ନୂଆଦିଲ୍ଲୀ: ବର୍ତ୍ତମାନ DeepFake Video ଲୋକଙ୍କ ଜୀବନରେ ଏକ ଅଜଣା ଆତଙ୍କ ସୃଷ୍ଟି କରିଛି । ଗତ କିଛି ଦିନ ଭିତରେ ସାଦାରଣ ଲୋକଙ୍କ ସହ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଡିପ୍ ଫେକ୍ ଭିଡିଓର ଶିକାର ହୋଇ ସାରିଛନ୍ତି । ବଲିଉଡ ସୁନ୍ଦରୀ କ୍ୟାଟ୍ରିନା କୈଫ ଏବଂ ସାଉଥ ହିରୋଇନ୍ ରଶ୍ମିକା ମନ୍ଧାନା ମଧ୍ୟ ଏହି ଡିପ୍ ଫେକ୍ ଭିଡିଓ ଜାଲରେ ଛନ୍ଦି ହୋଇ ସାରିଛନ୍ତି । ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଡିପ୍ ଫେକ୍ ଭିଡିଓର ମଧ୍ୟ ପର୍ଦ୍ଦାଫାଶ ହୋଇପାରିବ । କିପରି? ଆସନ୍ତୁ ଜାଣିବା ଏହାର କିଛି ସହଜ ପ୍ରଣାଳୀ ।

ମାଇକ୍ରୋବ୍ଲଗିଙ୍ଗ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର)ରେ ଏ ନେଇ ଏକ ପୋଷ୍ଟ କରିଛି ସରକାରୀ ଅଫିସିଆଲ ହାଣ୍ଡେଲ ସାଇବର ଦୋସ୍ତ । ଏହି ଡିପ୍ ଫେକ୍ ଭିଡିଓରୁ କିପରି ମୁକ୍ତି ମିଳିପାରିବ ଏବଂ କିପରି ପଞ୍ଚିପାରିବେ, ସେ ନେଇ ଏଥିରେ ସୂଚନା ଦିଆଯାଇଛି । ଏହାଦ୍ୱାରା ସାଧାରଣ ଲୋକ ମଧ୍ୟ ଡିପ୍ ଫେକ୍ ଭିଡିଓ ବିଷୟରେ ଜାଣିବାକୁ ମିଳିପାରିବ ।

କିପରି ଜାଣିବେ ଡିପ୍ ଫେକ୍ ଭିଡିଓ?

ସାଇବର ଦୋସ୍ତର ଅଫିସିଆଲ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଏହି ଭିଡିଓରେ ସବୁକିଛି ସ୍ପଷ୍ଟ କୁହାଯାଇଛି । ଏଥିରେ କୁହାଯାଇଛି ଯେ, ଡିପ୍ ଫେକ୍ ଭିଡିଓକୁ ଚିହ୍ନିବା ସମୟରେ ପ୍ରଥମେ ନିଜ ତ୍ୱଚା ଉପରେ ଧ୍ୟାନ ଦିଅନ୍ତୁ । ପ୍ରଥମେ ଗାଲ ଏବଂ ମଥାକୁ ଦେଖନ୍ତୁ । ଏଥିରେ ଅଧିକ ରିଙ୍କଲ କିମ୍ବା ସ୍ମୁଥ୍ ନେସ୍ ରହିଲେ ତାହା ଡିପ୍ ଫେକ୍ ଭିଡିଓ ହୋଇପାରେ ।

ସେହିପରି ସ୍ୟାଡୋ ଏବଂ ରିଫ୍ଲେକ୍ସନ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ । ଭିଡିଓରେ ଅପ୍ରାକୃତିକ ଲାଇଟିଙ୍ଗ ନଜର ଆସୁଛି କି ନାହିଁ, ତାହା ଚିହ୍ନଟ କରିବାକୁ ଚେଷ୍ଟା କରନ୍ତୁ ।

ଏହାସହିତ ମୁଖମଣ୍ଡଳର ଏକ୍ସପ୍ରେସନ ଜରିଆରେ ମଧ୍ୟ ଡିପ୍ ଫେକ୍ ଭିଡିଓକୁ ଚିହ୍ନଟ କରାଯାଇ ପାରିବ । ଭିଡିଓ ପ୍ରାକୃତିକ ଜଣାଯାଉଛି କିମ୍ବା ଏଡିଟ ହେବା ଭଳି ମନେ ହେଉଛି, ଡିଟେଲ୍ସ ବ୍ଲର ହୋଇଥିଲେ ଏହା ଡିପ୍ ଫେକ୍ ଭିଡିଓ ହୋଇପାରେ ।

ଆଖି ପଲକ ମଧ୍ୟ ଜଣାଇଦେବ ଡିପ୍ ଫେକ୍ ଭିଡିଓ । ଯଦି ଭିଡିଓରେ ଆଖି ପଲକ ପକାଉ ନାହିଁ, ତେବେ ଏହା ଏକ ଡିପ୍ ଫେକ୍ ଭିଡିଓ ହୋଇପାରେ ।

ଓଠର ଗତିବିଧିରୁ ଡିପ୍ ଫେକ୍ ଭିଡିଓର ପର୍ଦ୍ଦାଫାଶ କରା ଯାଇପାରିବ । ଯଦି ଭିଡିଓ ଫେକ୍ ହୋଇତାଏ, ତେବେ ଆପଣଙ୍କ ଅପ୍ରାକୃତିକ ଓଠର ଗତିବିଧି ଏବଂ ଶବ୍ଦ ସହ ମେଳ କମ୍ ହୋଇପାରେ । ଫେକ୍ ଭିଡିଓରେ ଓଠ ଏବଂ ଓଠର ଭାଷା ମଧ୍ୟରେ ସାମଞ୍ଜସ୍ୟର ଅଭାବ ଦେଖିବାକୁ ମିଳିବ ।

ତେବେ ଆପଣଙ୍କ ସହ ଯଦି ସାଇବର କ୍ରାଇମ ଭଳି କୌଣସି ଘଟଣା ଘଟିଥାଏ, ତେବେ ଯତାଶୀଘ୍ର ୧୯୩୦ ନମ୍ବରକୁ କଲ୍ କରି ଅଭିଯୋଗ ଦାୟର କରନ୍ତୁ । ନଚେତ୍ ୱେବସାଇଟକୁ ଯାଇ ଅନଲାଇନ ମାମଲା ରୁଜୁ କରିପାରିବେ ।

Get real time updates directly on you device, subscribe now.