fbpx

ଅଂଶୁଘାତରୁ କିପରି ବର୍ତ୍ତିବେ? ସତର୍କତା ପାଇଁ ଅନୁସରଣ କରନ୍ତୁ ଡାକ୍ତରଙ୍କ ପରାମର୍ଶ

Advertisement

ଓଡ଼ିଶା ଭାସ୍କର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହି ସମୟରେ ଦେଶରେ ତଥା ରାଜ୍ୟରେ ଅଂଶୁଘାତରେ ଶତାଧିକଙ୍କ ଲୋକଙ୍କର ପ୍ରାଣହାନୀ ଘଟିଛି । ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ । ଏନେଇ ଅଂଶୁଘାତରୁ କିପରି ବର୍ତ୍ତିବେ ସେଥିପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ଏଥିପାଇଁ କେଉଁ କେଉଁ ସତର୍କତାକୁ ଅବଲମ୍ବନ କରିବେ ।

-ଡାକ୍ତରଙ୍କ କହିବାନୁଯାୟୀ, ଅଂଶୁଘାତରୁ ବର୍ତ୍ତିବା ପାଇଁ ଲମ୍ବା ସମୟ ଧରି ଖରାରେ ରୁହନ୍ତୁ ନାହିଁ । କାମ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ । ଅସୁସ୍ଥ ଲାଗିଲେ ଛାଇକୁ ଯାଇ ବିଶ୍ରାମ ନିଅନ୍ତୁ ।

-ଓଦା କପଡାରେ ଶରୀରକୁ ପୋଛନ୍ତୁ । ଅତ୍ୟଧିକ ଅସୁସ୍ଥ ହେଲେ ଡାକ୍ତରଖାନା ଯାଆନ୍ତୁ । ଅଧିକ ପାଣି, ଘୋଳଦହି, ତୋରାଣି ପିଅନ୍ତୁ ।

-ବାହାରକୁ ଗଲେ ଛତା, କଳା ଚଷମା, ପାଣି ବୋତଲ ନିଅନ୍ତୁ । ହାଲୁକା ରଙ୍ଗର ଢିଲା ପୋଷାକ ପିନ୍ଧନ୍ତୁ । ଟାଣ ଖରାରେ ଘରୁ ବାହାରନ୍ତୁ ନାହିଁ । ଘରୁ ବାହରିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ।

-ଖରାରେ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ । ଅଧିକ ଦୂର ବାଟ ଚାଲନ୍ତୁ ନାହିଁ । ମଝିରେ ମଝିରେ ଛାଇରେ ବିଶ୍ରାମ କରନ୍ତୁ । ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ ।

-ଓଆରଏସ, ଚିନି ଲୁଣ ସର୍ବତ, ସାଦା ପାଣି ପିଅନ୍ତୁ । ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନହେଲେ ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ଜଣାନ୍ତୁ, ନଚେତ ଆମ୍ବୁଲାନ୍ସ ଡାକନ୍ତୁ ।

Get real time updates directly on you device, subscribe now.