fbpx

ବିନା ନମ୍ବରରେ WhatsApp ଚାଟିଂ ପାଇଁ କଣ ରହିଛି ବିକଳ୍ପ, ଆପଣାନ୍ତୁ ଏହି 3 ଉପାୟ

ନୂଆଦିଲ୍ଲୀ: ଆଜିର ସମୟରେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଏବଂ ସମସ୍ତଙ୍କ ଫୋନରେ ହ୍ବାଟ୍ସଆପ ରହିଛି । ସୋସିଆଲ ମିଡିଆ ମଧ୍ୟରୁ ବିଶ୍ବରେ ଅଧିକା ହ୍ବାଟ୍ସଆପର ବ୍ୟବହାର ହୋଇଥାଏ । ମେସେଜ, ଭିଡିଓ, ଫଟୋ କିମ୍ବା ଡକ୍ୟୁମେଣ୍ଟ ପଠାଇବା କିମ୍ବା ରିସିଭ କରିବା ପାଇଁ ଏକ ନିରବିହୀନ ଅଭିଜ୍ଞତା ପ୍ରଦାନ କରେ । ତଥାପି ଅନେକ ଲୋକ ନମ୍ବର ସେଭ୍ ନକରି ହ୍ବାଟ୍ସଆପରେ ମେସେଜ କରିବାକୁ ଚାହିଁଥାନ୍ତି, କିନ୍ତୁ ସେମାନେ ଏହି ଉପାୟ ବିଷୟରେ ଜାଣିନାହାନ୍ତି । ନମ୍ବର ସେଭ୍ ନକରି ମଧ୍ୟ ପଠାଇହେବ ମେସେଜ ।

ସର୍ବପ୍ରଥମେ ଆଣ୍ଡ୍ରୋଏଡ୍ କିମ୍ବା ଆଇଓଏସ୍ ସ୍ମାର୍ଟଫୋନରେ ହ୍ବାଟ୍ସଆପ୍ ଆପ୍ଲିକେସନ ଖୋଲନ୍ତୁ । ଏହା ପରେ ଯାହାକୁ ମେସେଜ କରିବାକୁ ଚାହୁଁଛନ୍ତି ତାଙ୍କ ନମ୍ବରକୁ କପି କରନ୍ତୁ । ନ୍ୟୁ ଚାଟ୍ ଉପରେ କ୍ଲିକ କରି ନମ୍ବର କପି କରନ୍ତୁ । ଏହାପରେ ଟ୍ୟାପରେ କ୍ଲିକ କରି ପେଷ୍ଟ କରନ୍ତୁ । ଏହାପରେ ମେସେଜ ଟାଇପ କରି ସେଣ୍ଡ କରିପାରିବେ । ଅନ୍ୟପଟେ ଟ୍ରୁକଲରରେ ଚେକ୍ କରି ମଧ୍ୟ ମେସେଜ ପଠାଇପାରିବେ । ଟ୍ରୁକଲରରେ ନମ୍ବର ପେଷ୍ଟ କରିବା ପରେ ହ୍ବାଟ୍ସଆପ ସିମ୍ବଲ ଆସିବ । ଏହାକୁ ଯାଇ ମେସେଜ ପଠାଇପାରିବେ ।

ଅନ୍ୟ ଏକ ବିକଳ୍ପ ରହିଛି ଗିଗଲ ଆସିଷ୍ଟାଣ୍ଟ । ଗୁଗଲ ଆସିଷ୍ଟାଣ୍ଟରୁ ପ୍ରଥମେ ସେଣ୍ଡ ଏ ହ୍ବାଟ୍ସଆପକୁ କ୍ଲିକ କରନ୍ତୁ । ଏହାପରେ ମୋବାଇଲ ନମ୍ବର ଦିଅନ୍ତୁ । ତେବେ ନମ୍ବର ପୂର୍ବରୁ +91ବ୍ୟବହାର କରିବା ଜରୁରୀ । ଏହାପରେ ଟେକ୍ସଟ ପାଇଁ ଅପ୍ସନ ଆସିବ । ଏହାପରେ ମେସେଜ ସେଣ୍ଡ କରିପାରିବେ ।

Get real time updates directly on you device, subscribe now.