fbpx
BJD SKY
BJD SKY

ଫିଟ୍‌ ରହିବାର ଉପାୟ, ୫୦ ବର୍ଷ ପରେ ବି ମାଡିବନି ରୋଗ

BJD

ଯେକୌଣସି ରୋଗକୁ ରୋକିବାରେ ବ୍ୟାୟାମ ସହାୟକ ହୋଇଥାଏ। ପିଲାଠୁ ବଡ଼ଯାଏ ବ୍ୟାୟାମ ସମସ୍ତଙ୍କ ପାଇଁ ଜରୁରୀ। ୫୦ ବର୍ଷ ପରେ ଶାରୀରିକ ଭାବରେ ସକ୍ରିୟ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆପଣଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍‌ ରଖେ।

ଓଜନ ଅଧିକ ହେଲେ ବୟସ ବଢ଼ିବା ପରେ ନାନା ରୋଗ ଗ୍ରାସ କରେ। ଏପରିକି ହାର୍ଟ, ରକ୍ତଚାପ, ମଧୁମେହ, ଷ୍ଟୋନ୍‌, ଶ୍ୱାସକ୍ରିୟା ସମସ୍ୟା ଏବଂ କ୍ୟାନ୍‌ସର ଇତ୍ୟାଦି। କେବଳ ମହିଳାଙ୍କ ପାଇଁ ନୁହେଁ, ପୁରୁଷଙ୍କ ପାଇଁ ମଧ୍ୟ ଓଜନକୁ ନିୟନ୍ତ୍ରଣରେ ରଖିବା ଜରୁରୀ ଅଟେ।

ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ନିହାତି ଆବଶ୍ୟକ। ଖାଦ୍ୟ ସ୍ବାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ମେଦବହୁଳତା, କୋଲେଷ୍ଟରଲ, ଉଚ୍ଚ ରକ୍ତଚାପ ଏବଂ ଖରାପ ଖାଦ୍ୟ ହେଉଛି ପ୍ରାଥମିକ ମୃତ୍ୟୁର କାରଣ। ତେଣୁ ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ମଦ୍ୟପାନ ଏବଂ ଧୂମପାନରୁ ଦୂରେଇ ରୁହନ୍ତୁ। ଧୂମପାନ ଦ୍ୱାରା ହୃଦ୍‌ରୋଗ, ଷ୍ଟ୍ରୋକ, ଫୁସଫୁସ୍‌ ସଂକ୍ରମଣ ଏବଂ ମଧୁମେହ ହୋଇପାରେ। ଦୀର୍ଘଦିନ ପର୍ଯ୍ୟନ୍ତ ଧୂମପାନ କରିବା ଦ୍ୱାରା ଆର୍ଥ୍ରାଇଟିସ, ଆଖି ସମସ୍ୟା ମଧ୍ୟ ଦେଖା ଦେଇଥାଏ।

ଜଣେ ସର୍ବଦା ସ୍ବାସ୍ଥ୍ୟ ବିଷୟରେ ସଚେତନ ହେବା ଉଚିତ୍‌। ଯଦି ଆପଣ ୫୦ ବର୍ଷ ବୟସ ଅତିକ୍ରମ କରିଛନ୍ତି, ତେବେ ଆଦୌ ଅବହେଳା କରନ୍ତୁ ନାହିଁ। ତୁରନ୍ତ ଡାକ୍ତରଙ୍କ ନିକଟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଚିକିତ୍ସାରେ ରୁହନ୍ତୁ। ବୟସାଧିକ ହେଲେ ମଧ୍ୟ ଫିଟ୍‌ ରହିବେ।

Get real time updates directly on you device, subscribe now.