fbpx

କେମିତି ଜନ୍ମ ହୁଅନ୍ତି ଯାଆଁଳା ଛୁଆ, ଜାଣନ୍ତୁ ଗର୍ଭରେ ପୁଅ-ଝିଅରେ ପରିବର୍ତ୍ତନ ହେବାର ବିଜ୍ଞାନ

ଓଡ଼ିଶା ଭାସ୍କର ବ୍ୟୁରୋ: କିଛି ମହିଳା ଡେଲିଭେରୀ ସମୟରେ ଏକାସାଙ୍ଗରେ ଦୁଇରୁ ତିନିଟି ଛୁଆ ଜନ୍ମ କରନ୍ତି । ମେଡିକାଲ୍ ସାଇନ୍ସ କୁହେ ଯେ, ଗୋଟିଏ ସ୍ପର୍ମରେ କେବଳ ଗୋଟିଏ ଛୁଆ ହିଁ ଜନ୍ମ ହୋଇପାରିବ । ତାହେଲେ ପୁଣି କେମିତି ଯାଆଁଳା ଛୁଆ ଜନ୍ମ ନିଅନ୍ତି । ତେବେ କଣ ଯାଆଁଳା ଛୁଆ ଜନ୍ମ ପଛରେ ଦୁଇଟି ସ୍ପର୍ମ ରହିଥାନ୍ତି? ନାଁ ସେମିତି ଆଦୌ ହୋଇନଥାଏ । ପ୍ରକୃତରେ ଯେତେବେଳେ ପ୍ରଥମ ସ୍ପର୍ମ ଭିତରକୁ ଯାଈଥାଏ ସେତେବେଳେ ଅଣ୍ଡା ତାକୁ ଏକରକମ୍ ସିଲ୍ କରିଦେଇଥାଏ । ତେଣୁ ସେହି ସ୍ଥାନରେ ଆଉ ଗୋଟିଏ ସ୍ପର୍ମ ପଶିପାରିବ ନାହିଁ । ତାହେଲେ କିପରି ହୁଅନ୍ତି ଯାଆଁଳା ଛୁଆ? ଚାଲନ୍ତୁ ଜାଣିବା ।

କିପରି ହୁଅନ୍ତି ଯାଆଁଳା ଛୁଆ?

ଯାଆଁଳା ଛୁଆ ଦୁଇପ୍ରକାରର ହୋଇଥାନ୍ତି । ଗୋଟିଏ ହେଉଛି ଆଇକେଣ୍ଟିକାଲ୍ ଓ ଅନ୍ୟଟି ହେଲା ନନ୍ ଆଇଡେଣ୍ଟିକାଲ୍ । ମେଡିକାଲ୍ ଭାଷାରେ ଏହାକୁ ମୋନୋଜାଇଗୋଟିକ୍ ଓ ଡାୟଜାଇଗୋଟିକ୍ କୁହାଯାଇଥାଏ । ବାସ୍ତବରେ ମହିଳାଙ୍କ ଶରୀରରେ ଗୋଡିଏ ଅଣ୍ଡା ରହିଥାଏ, ଯାହା ସ୍ପର୍ମ ସହିତ ମିଶି ଏକ ଭ୍ରୁଣ ତିଆରି କରିଥାଏ । ହେଲେ ଅନେକ ଥର ଏହାର ଫର୍ଟିଲାଜେସନ୍ ପ୍ରକ୍ରିୟାରେ ଗୋଟିଏ ନୁହେଁ ଦୁଇଟି ଛୁଆ ତିଆରି ହୋଇଯାଇଥାନ୍ତି ।

ଯେହେତୁ ଏହି ଫର୍ଟିଲାଇଜେସନ୍ ସମାନ ଅଣ୍ଡାରୁ ପ୍ରସ୍ତୁତ ହୋଇଥାଏ । ତେଣୁ ଏହାର ପ୍ଲେସେଣ୍ଟ ମଧ୍ୟ ଗୋଟିଏ ହିଁ ହୋଇଥାଏ । ଏହି ପ୍ରକ୍ରିୟାରେ ଦୁଇ ପୁଅ ଜନ୍ମ ହୁଅନ୍ତି କିମ୍ବା ଦୁଇ ଝିଅ । ଏ ସ୍ଥଳରେ ସେମାନେ ଦେଖିବାକୁ ଏକାପ୍ରକାରର ହିଁ ହୋଇଥାନ୍ତି । ଏମାନଙ୍କର ଡିଏନଏ ମଧ୍ୟ ପାଖାପାଖି ସମାନ ହୋଇଥାଏ । ଯଦିଓ ସେମାନଙ୍କର ଫିଙ୍ଗର୍ ପ୍ରିଣ୍ଟ ଅଲଗା ରହିଥାଏ । ଏହିପରି ପିଲାମାନଙ୍କୁ ମୋନୋଜାଇଗୋଟିକ୍ ଯାଆଁଳା କୁହାଯାଏ ।

କିନ୍ତୁ ବେଳେବେଳେ ଏହା ମଧ୍ୟ ଘଟେ ଯେ ମହିଳାଙ୍କ ଶରୀରରେ ଥରକରେ ଦୁଇଟି ଅଣ୍ଡା ସୃଷ୍ଟି ହୁଏ, ଯାହା ଫର୍ଟିଲାଇଜେସନ୍ କରିବାକୁ ଦୁଇଟି ଶୁକ୍ରାଣୁ ଆବଶ୍ୟକ କରେ । ଏଥିରେ ଦୁଇଟି ପୃଥକ ଭ୍ରୁଣ ପ୍ରସ୍ତୁତ ହୋଇଥାଏ । ଏହି ଅବସ୍ଥାରେ ଜନ୍ମ ହୋଇଥିବା ଶିଶୁମାନଙ୍କର ନିଜସ୍ୱ ପ୍ଲେସେଣ୍ଟା ଥାଏ । ଏଥିରେ ଏକ ପୁଅ କିମ୍ବା ଝିଅ ରହିଥାଏ । ଏମାନଙ୍କୁ ଡିଜାଇଗୋଟିକ୍ କୁହାଯାଏ ।

ପରିସଂଖ୍ୟାନ ଅନୁଯାୟୀ, ପ୍ରତି ୪୦ ପ୍ରସବ ମଧ୍ୟରୁ ଗୋଟିଏରେ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି । ଏଥିମଧ୍ୟରୁ ଏକ ତୃତୀୟାଂଶ ମୋନୋଜାଇଗୋଟିକ୍ ଏବଂ ଦୁଇ ତୃତୀୟାଂଶ ଡିଜାଇଗୋଟିକ୍ । ଅଧ୍ୟୟନରୁ ଜଣାପଡିଛି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଯାଆଁଳା ଶିଶୁଙ୍କ ଜନ୍ମ ଏକ ସାଧାରଣ କଥା ହୋଇଯାଇଛି। ଏହା ପଛର କାରଣ ଆପଣ ଜାଣନ୍ତି କି?

କାହିଁକି ବଢ଼ୁଛି ଯାଆଁଳା ଛୁଆଙ୍କ ସଂଖ୍ୟା?

ବିଶେଷଜ୍ଞଙ୍କ କହିବା ମୁତାବକ, ପ୍ରଥମ ତୁଳନାରେ ଏବେ ମହିଳା ମାନେ ବିଳମ୍ବରେ ଗର୍ଭବତୀ ହେଉଛନ୍ତି । ଖାସ୍ କରି ୩୦ ବର୍ଷ ପରେ ଏହା ଦେଖିବାକୁ ମିଳୁଛି । ଦ୍ୱିତୀୟ କଥା ଯେ, ଆଇଭିଏଫ୍ ଅର୍ଥାତ୍ ଆର୍ଟିଫିସିଆଲ୍ ଇନସେମିନେସନ୍ ଭଳି ଟେକ୍ନୋଲୋଜିର ବ୍ୟବହାର ଅଧିକ ହୋଇଥାଏ । ଏଥିରେ ବି ଏକରୁ ଅଧିକ ଛୁଆ ଜନ୍ମ ହୁଅନ୍ତି ।

Get real time updates directly on you device, subscribe now.