ସାଧାରଣତଃ ଶୀତଦିନେ ଜଳବାୟୁ ଶୁଷ୍କ ରହିଥାଏ। ଫଳରେ କେଶ ରୁକ୍ଷ, ଶୁଷ୍କ, କେଶ ତଳ ଫାଟିବା ଏବଂ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଅଧିକାଂଶ ଲୋକ ଶୀତଦିନେ ତ୍ବଚାର ଯତ୍ନ ନିଅନ୍ତି କିନ୍ତୁ କେଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଶୀତଦିନେ ତ୍ବଚା ବ୍ୟତୀତ କେଶ ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଶୀତ ଦିନେ ତ୍ବଚା ସହ କେଶର ଆର୍ଦ୍ରତା କମ୍ ହୋଇଯାଇଥାଏ । ଏହି କାରଣରୁ କେଶ ଶୁଷ୍କ ହେବା ସହ ସ୍କାଲପ ମଧ୍ୟ ଶୁଖିଯାଇଥାଏ । ହେଲେ କିଛି ଘରୋଇ ଉପାୟରେ ଆପଣ ନିଜ କେଶକୁ ସୁସ୍ଥ ଏବଂ ମଜବୁତ୍ ରଖିପାରିବେ। ଆସନ୍ତୁ ଜାଣିବା କିଛି ସରଳ ଉପାୟ …
– ଶୀତଦିନେ କେଶ ଶୁଖାଇବା ପାଇଁ ଅଧିକାଂଶ ଲୋକେ ହେୟାର ଡ୍ରାଏରର ବ୍ୟବହାର କରନ୍ତି। ମାତ୍ର ଏହାର କମ ବ୍ୟବହାର କରନ୍ତୁ। କମ ବ୍ୟବହାର କରନ୍ତୁ। ପ୍ରାକୃତିକ ଉପାୟରେ ହିଁ କେଶକୁ ଶୁଖାନ୍ତୁ। ହେୟାର ଡ୍ରାଏରର ଅଧିକ ବ୍ୟବହାର ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଥାଏ।
– ଶୀତଦିନେ ଅଲିଭ ଅଏଲକୁ ବ୍ୟବହାର ଦ୍ୱାରା କେଶ ଖୁବ ରେଶମୀ, ଘନ ହେବା ସହ ଝଡ଼ିବା ମଧ୍ୟ କମ ହୋଇଥାଏ। ୨ ଚାମଚ ଅଲିଭ ଅଏଲକୁ ଉଷୁମ କରି କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ। କେଶ ପାଇଁ ଏହା ବେଶ ଲାଭଦାୟକ।
– ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ଲେମ୍ବୁ ରସ ଓ ନଡିଆ ତେଲକୁ ଅଳ୍ପ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏହାକୁ ରାତିସାରା ଲଗାଇ ରଖନ୍ତୁ। ଏହାପରେ ସକାଳେ ଉଠି କେଶ ସଫା କରି ଦିଅନ୍ତୁ।
– ଯଦି କେଶ ସଫା କରିଛନ୍ତି , ତେବେ ଏହାକୁ ଭଲ ଭାବେ ଶୁଖାଇ ବାନ୍ଧିବା ପରେ ଘରୁ ଯାଆନ୍ତୁ। ଶୀତଦିନେ ଏଭଳି କରିବା ଦ୍ୱାରା କେଶ ଶୁଷ୍କ ହୋଇନଥାଏ।