fbpx

କୁଏତରେ ଜଳିଯାଇଥିବା ଭାରତୀୟଙ୍କୁ କିପରି ଚିହ୍ନଟ କରାଯିବ? ଜାଣନ୍ତୁ କ’ଣ ରହିଛି ସେହି ପରୀକ୍ଷା

AAKASH

ନୂଆଦିଲ୍ଲୀ: କୁଏତର ମାଙ୍ଗାଫର ଏକ ବିଲ୍ଡିଂରେ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଲୋକ ପ୍ରଣ ହରାଇଛନ୍ତି । ସବୁଠୁ ବଡ଼ କଥା ହେଉଛି ସେହି ଅଗ୍ନିକାଣ୍ଡରେ ଅନେକ ଭାରତୀୟ ପ୍ରଣ ହରାଇଛନ୍ତି । ଏହାରିଭିତରେ ଦେଖିଲେ ଦୁଇ ଜଣ ଓଡ଼ିଆ ମଧ୍ୟ ପ୍ରଣ ହରାଇଛନ୍ତି । ସେହି ବିଲ୍ଡିଂରେ ୪୦ ଜଣ ଭାରତୀୟଙ୍କ ସମେତ ୪୯ ଜଣ ଶ୍ରମିକ କାମ କରିୁଥିଲେ । ସମମ୍ତଙ୍କର ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଛି ।

କିଛି ମୃତଦେହ ଏପରି ଜଳି ଯାଇଛି ଯାହାକୁ ଚିହ୍ନଟ କରିବା ସମ୍ଭବପର ହେଇନାହିଁ । ତେବେ ସେସବୁକୁ ନେଇ ସାଧାରମରେ ପ୍ରଶ୍ନ, ଅଧାରୁ ଅଧିକ ପୋଡ଼ିଯାଇଥିବା ଶବ ଗୁଡ଼କୁ କିପରି ଚିହ୍ନଟ କରାଯିବ । କୁହାଯାଉଛି କି ସେହି ସବୁ ଶବର ଡିଏନଏ ଟେଷ୍ଟ୍ କରାଯିବ । ଯାହା ଫଲରେ ସେମାନଙ୍କ ଜନ୍ମ ସ୍ଥାନ ବିଷୟରେ ସଠିକ୍ ଅନୁମାନ କରାଯାଇପାରିବ ।

ବାକି ଯେଉଁ ଶବ ଗୁଡ଼ିକ ୭୦ ଭାଗରୁ ଅଧିକ ପୋଡ଼ି ଯାଇଛି ସେସବୁକୁ ଅଲଗା ରଖାଯାଇଛି । ବୈଜ୍ଞାନିକ ପ୍ରକ୍ରିୟା ଅନୁସାରେ ଏସବୁକୁ ଚିହ୍ନଟ କରିବା ପାଇଁ ଦୁଇ ସପ୍ତାହରୁ ଅଧିକ ସମୟ ଲାଗିବ । ଏପରି ଅନେକ ଶବ ରହିଛି ଯେଉଁ ଗୁଡ଼ିକର ଡିଏନଏ ଟେଷ୍ଟ କରାଯିବ ।ତେବେ ଏସବୁ ଭିତରେ କେବଳ ଡିଏନଏ ଟେଷ୍ଟ ଏକ ମାତ୍ର ସାହାରା ହୋଇ ପାରିବ ବୋଲି ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

Get real time updates directly on you device, subscribe now.