fbpx

KGF-3ରେ ଏଣ୍ଟ୍ରି କରି ପାରନ୍ତି ହ୍ରିତିକ ରୋଶନ: ୟଶଙ୍କ ସହ ମିଶି ବକ୍ସ ଅଫିସରେ ଲଗାଇବେ ନିଆଁ

ନୂଆଦିଲ୍ଲୀ: ବକ୍ସ ଅଫିସରେ ଦମଦାର ସଫଳତା ହାସଲ କରିଛି ସାଉଥ ସୁପରଷ୍ଟାର ୟଶଙ୍କ ସିନେମା KGF ଚାପ୍ଟର 2 । ଏହି ଫିଲ୍ମରେ ବଲିଉଡ ଜଗତର ଖଳନାୟକ ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନ ନଜର ଆସିଥିଲେ । ତେବେ KGF ସିରିଜର ତୃତୀୟ ସଂସ୍କରଣରେ ଇଣ୍ଡଷ୍ଟ୍ରିର ଆଉ ଜଣେ ସୁପରଷ୍ଟାର ଏଣ୍ଟ୍ରି କରିବାକୁ ଯାଉଛନ୍ତି ବୋଲି ଖବର ମିଳିଛି । ହିନ୍ଦୀ ସିନେମା ଜଗତରେ ଖୁବ ଭଲ ପାଇବା ସାଉଣ୍ଟିବା ପରେ ଏବେ ସାଉଥ ମୋଭି ଆଡକୁ ମୁହାଁଇଛନ୍ତି ଏହି ସୁପର ଷ୍ଟାର ।

KGF ଚାପ୍ଟର-3 ରେ ବଲିଉଡର ସୁପରହିରୋ ହ୍ରିତିକ ରୋଶନ ଏଣ୍ଟ୍ରି କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହି କଥାରେ କେତେ ସତ୍ୟତା ରହିଛି ସେ ନେଇ କିଛି ସ୍ପଷ୍ଟ ହୋଇ ପାରିନାହିଁ । ତେବେ ଫିଲ୍ମର କାମ ଆରମ୍ଭ ହୋଇଯାଇଥିବା କୁହାଯାଉଛି । ଏହି ଫିଲ୍ମକୁ ନେଇ ହ୍ରିତିକଙ୍କ ସହ ଆଲୋଚନା ହୋଇଥିବା ବେଳେ ସବୁକିଛି ଠିକ ରହିଲେ ଏହା ସମ୍ଭବ ହୋଇ ପାରିବ ବୋଲି ଅନୁମାନ କରାଯାଉଛି ।

ଫିଲ୍ମର କାଷ୍ଟକୁ ନେଇ କାମ ଆରମ୍ଭ ହୋଇ ସାରିଥିବା ବେଳେ ଏହି ଚାପ୍ଟରରେ ୟଶଙ୍କ ସହ ହ୍ରିତିକଙ୍କୁ ନେବା ପାଇଁ ଯୋଜନା ରହିଛି । ତେବେ ଏହି ଅଫର ପାଇଁ ହ୍ରିତିକଙ୍କ ଉତ୍ତର କଣ ରହିବ ତାହାକୁ ଅପେକ୍ଷା । କାରଣ ପୂର୍ବରୁ ଅନେକ ସାଉଥ ଫିଲ୍ମକୁ ମନା କରି ସାରିଛନ୍ତି ହ୍ରିତିକ । ଏହି ତାଲିକା ଭିତରେ ଏସଏସ ରାଜାମୌଲିଙ୍କ ସୁପରହିଟ ଫିଲ୍ମ ବାହୁବଳୀ ମଧ୍ୟ ସାମିଲ ରହିଛି ।

Get real time updates directly on you device, subscribe now.