fbpx

ଗାର୍ଲଫ୍ରେଣ୍ଡ ସବାଙ୍କ ସହ live-in ରେ ରହିବେ ହ୍ରିତିକ! ୧୦୦ କୋଟି ଖର୍ଚ୍ଚ କରି ନେଲେ ଆର୍ପାଟମେଣ୍ଟ

ମୁମ୍ବାଇ: ହ୍ରିତିକ ରୋଶନ ଏବେ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଆଗରୁ ସେ ତାଙ୍କ ଗାର୍ଲଫ୍ରେଣ୍ଡ ସବା ଙ୍କୁ ନେଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଏବେ ପୁଣି ଆଉ ଏକ କଥା ତାଙ୍କ ନାମରେ ଶୁଣିବାକୁ ମିଳୁଛି । ଯାହା ଶୁଣିବାକୁ ମିଳୁଛି ହ୍ରିତିକ ଆଉ ସବା ଏକା ସହ ଲିଭ ଇନ ରିଲେସନସିପରେ ରହିବାକୁ ଯାଉଛନ୍ତି। ଏଥି ପାଇଁ ଏହି ଯୋଡି ମୁମ୍ବାଇରେ ଏକ ଆର୍ପାଟମେଣ୍ଟ ମଧ୍ୟ ଠିକ କରି ସାରିଛନ୍ତି । ଆଉ ଖୁବ ଶୀଘ୍ର ସେମାନେ ଏହି ଘରକୁ ସିପ୍ଟ ମଧ୍ୟ ହେବାକୁ ଯାଉଛନ୍ତି । ଇଣ୍ଡିଆ ଟୁଡେ ଦ୍ୱାରା ପ୍ରକାଶ ହୋଇଥିବା ଖବରରେ ଏହି ପ୍ରେମୀ ଯୁଗଳ ଏକା ସହିତ ରହିବାକୁ ଯୋଜନା କରୁଛନ୍ତି । ମିଳିଥିବା ସୂଚନାଅନୁସାରେ ଏହି ଯୋଡି ମୁମ୍ବାଇର ମନ୍ନତ ନାମକ ଏକ ବିଲ୍ଡିଙ୍ଗର ଆର୍ପାଟମେଣ୍ଟ ନିଜ ପାଇଁ ଠିକ କରିଛନ୍ତି । ଏହି ବିଲ୍ଡିଙ୍ଗ ଉପର ଦୁଇ ମହଲା କୋଠା କାମ ମଧ୍ୟ ଚାଲିଛି ।ଏହା ସମାପ୍ତି ହେବା ପରେ ଏହି ଯୋଡି ସେଠାକୁ ସିପ୍ଟ ହେବେ ବୋଲି ସୂଚନା ମିଳିଛି ।

ତେବେ ଏହି ଆର୍ପାଟମେଣ୍ଟ ପାଇଁ ହ୍ରିତିକ ପାଖାପାଖି ୧୦୦ ମୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ହ୍ରିତିକ ୯୭.୫୦ କୋଟି ଦେଇ ଦୁଇଟି ଆର୍ପାଟମେଣ୍ଟ କ୍ରୟ କରିଛନ୍ତି ଯେଉଁଟା ଜୁହୁ ବର୍ସୋବା ରୋଡରେ ଅବସ୍ଥିତ । ଏହି ଆର୍ପାଟମେଣ୍ଟରେ ସି ଭିୟ୍ୟୁ ସହିତ ୩୮ ହଜାର ବର୍ଗଫୁଟରେ ବିସ୍ତାରିତ ।

ଦେଖିବାକୁ ଗଲେ ହ୍ରିତିକଙ୍କ ହାତରେ ଏବେ ବହୁ ବଡ ବଡ ପ୍ରୋଜେକ୍ଟ ରହିଛି । ଆଗକୁ ତାଙ୍କର ଚଳଚିତ୍ର ଫାଇଟର ରିଲିଜ ହେବାକୁ ଯାଉଛି । ଏଥିରେ ହ୍ରିତିକଙ୍କ ବିପକ୍ଷରେ ଦୀପିକା ପାଦୁକୋନ ନଜର ଆସିବେ ।

Get real time updates directly on you device, subscribe now.