CHARIDHAM

ବଡ ଧରଣର ବିସ୍ଫୋରଣ ପରେ ଆଇଜିଏମସି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଚାରିଆଡ ଧୂଆଁ ମୟ , ଘଟଣାସ୍ଥଳରେ ଉତ୍ତେଜନା

ନୂଆଦିଲ୍ଲୀ : ଏକ ବଡ ବିସ୍ଫୋରଣ ଘଟି ହସ୍ପିଟାଲରେ ଭୟଙ୍କର ନିଆଁ ଲାଗିଲା । ଏଭଳି ବଡ ଖବର ଆସୁଛି ହିମାଚଳ ପ୍ରଦେଶ ଶିମଲା ରୁ । ଗୁରୁବାର ଶିମଲାରେ ଥିବା ଆଇଜିଏମସି ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ସକାଳ ୮: ୫୦ ରେ ଆଇଜିଏମସି ହସ୍ପିଟାଲର ନୂତନ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ହେତୁ ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ଦୂରରୁ ଖାଲି ଧୂଆଁ ହିଁ ଦେଖିବାକୁ ମିଳିଥିଲା ।

ଯଦିଓ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ, ତେବେ କୁହାଯାଉଛି ଯେ ସିଲିଣ୍ଡର ବିସ୍ଫୋରଣ ହେତୁ ଆଇଜିଏମସି ହସ୍ପିଟାଲର ନୂତନ କୋଠାରେ ନିଆଁ ଲାଗିଯାଇଥିଲା। ତେବେ ଏହା ଏପର‌୍ୟ୍ୟନ୍ତ ସରକାରୀ ଭାବେ ନିଶ୍ଚିତ ହୋଇନାହିଁ। ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇପାରିବ ନାହିଁ। ବର୍ତ୍ତମାନ ନିଆଁ ଲିଭାଇବାକୁ ଉଦ୍ୟମ ଚାଲିଛି।

ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି । ନିଆଁକୁ ନିୟନ୍ତ୍ରଣ କରିବାର କାର‌୍ୟ୍ୟ ବର୍ତ୍ତମାନ ଚାଲିଛି ଏବଂ ପ୍ରାରମ୍ଭିକ ପର‌୍ୟ୍ୟାୟରେ ସିଲିଣ୍ଡର ବିସ୍ଫୋରଣ ଅଗ୍ନିକାଣ୍ଡର ମୁଖ୍ୟ କାରଣ ବୋଲି ଗ୍ରହଣ କରାଯାଇ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚାଲିଛି।