fbpx

(Video) ବିଶ୍ୱକପ ଫାଇନାଲରେ ବିରାଟ କୋହଲିଙ୍କୁ ବଡ଼ ଉପହାର: ୨୦୧୧ ବିଶ୍ୱକପର ଜର୍ସି ଦେଲେ ସଚିନ୍

Advertisement

ଅହମ୍ମଦାବାଦ: ଅହମ୍ମଦାବାଦର ଐତିହାସିକ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ । ଭାରତ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ମହାମୁକାବିଲାରେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ ଇଣ୍ଡିଆ । ତେବେ ବିରାଟ କୋହଲି କେ.ଏଲ ରାହୁଲଙ୍କ ସହ ପାଳି ସମ୍ଭାଳିବାକୁ ଚେଷ୍ୟା ଜାରି ରଖିଛନ୍ତି । ତେବେ ମ୍ୟାଚ ପୂର୍ବରୁ କିଙ୍ଗ କୋହଲିଙ୍କୁ ମିଳିଛି ଏକ ବଡ଼ ଉପହାର । ନିଜ ଗୁରୁ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପାଖରୁ ସେ ଏହି ଉପହାର ଗ୍ରହଣ କରିଛନ୍ତି ।

ବିଶ୍ୱକପ ଫାଇନାଲକୁ ନେଇ ସାରା ବିଶ୍ୱରେ କ୍ରେଜ ଦେଖିବାକୁ ମିଳିଛି । ତେବେ ଏହି ମ୍ୟାଚ ପୂର୍ବରୁ ପୁଣିଥରେ ଅହମ୍ମଦାବାଦ ଷ୍ଟାଡିୟମରେ ବିରାଟ-ସଚିନଙ୍କ ଯୋଡ଼ି ଦେଖାଯାଇଛି । ଫାଇନାଲ ମ୍ୟାଚ ପାଇଁ ଭାରତୀୟ ଟିମ ଅଭ୍ୟାସ ସମୟରେ ବିରାଟ କୋହଲିଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ସଚିନ୍ ତେନ୍ଦୁଲକର । ୨୦୧୧ ମସିହାରେ ଭାରତ ବିଜୟ ହାସଲ କରିଥିବା ବେଳେ ଏହି ମ୍ୟାଚର ଜର୍ସି ବିରାଟଙ୍କୁ ଉପହାର ଦେଇଛନ୍ତି ସଚିନ୍ । ଏହି ଜର୍ସିରେ ସେ ନିଜ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି । କୋହଲିଙ୍କୁ ଏହି ଉପହାର ଦେବା ସହିତ ସଚିନଙ୍କ ରେକର୍ଡ ଭାଙ୍ଗିବା ଖୁସିରେ ତାଙ୍କୁ ଶୁଭେଚ୍ଛା ଜଣାଇ ଆଶୀର୍ବାଦ କରିଛନ୍ତି ସଚିନ୍ ତେନ୍ଦୁଲକର ।

ଜର୍ସି ସହିତ ବିରାଟଙ୍କୁ ଏକ ସୁନ୍ଦର ମେସେଜ ପଠାଇଛନ୍ତି ସଚିନ୍ । ସେ ଲେଖିଛନ୍ତି ଯେ, ଧନ୍ୟବାଦ୍ ବିରାଟ, ତୁମେ ଆମ ପାଇଁ ଗର୍ବ । ଫାଇନାଲ ମ୍ୟାଚରେ ସଚିନ ବିରାଟଙ୍କୁ ଉପହାର ଦେବା ସମୟର ଫଟୋ ଏବଂ ଭିଡିଓ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସଚିନ୍ ତେନ୍ଦୁଲକର ପଡ଼ିଆ ଭିତରକୁ ଆସି କୋହଲିଙ୍କୁ ଏହି ଉପହାର ପ୍ରଦାନ କରିଛନ୍ତି । ଏହାସହିତ ବିରାଟଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କୁ କୁଣ୍ଢାଇ ପକାଇଥିଲେ ସଚିନ୍ । ନିଜ ଗୁରୁ ସଚିନଙ୍କ ପାଖରୁ ଏହି ବହୁମୂଲ୍ୟ ଉପହାର ପାଇ ବିରାଟ ଇମୋସନାଲ ମଧ୍ୟ ହୋଇଛନ୍ତି ।

Get real time updates directly on you device, subscribe now.