fbpx

‘ପୁଷ୍ପକ’କୁ ବିରାଟ ସଫଳତା: ଇସ୍ରୋ ପାଇଁ କେତେ Important ତୃତୀୟ ଲାଣ୍ଡିଂ, ମିଳିବ ଏହିସବୁ ଫାଇଦା

Advertisement

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ବଡ଼ ସଫଳତା । ରି-ୟୁଜେବୁଲ ପ୍ରକ୍ଷେପଣ ଯାନ(ଆରଏଲଭି)ର ଶେଷ ଲାଣ୍ଡିଙ୍ଗ ପ୍ରୟୋଗ (ଲେକ୍ସ) ମଧ୍ୟ ସଫଳତାର ଶେଷ କରିଛି ଇସ୍ରୋ । ଏହି ଲେକ୍ସ(୦୩) ଟେକନୋଲୋଜି ସିରିଜର ଲଗାତାର ତୃତୀୟ ସଫଳ ପରୀକ୍ଷଣ ଭାବରେ ଲାଣ୍ଡିଙ୍ଗ କରିଛି । ଏଥିରେ ପ୍ରକ୍ଷେପଣ ଯାନର ଅଟୋମେଟିକ ଲାଣ୍ଡିଂ କ୍ଷମତା’ର ପରୀକ୍ଷଣ କରାଯାଇଛି ।

ସୂଚନା ଅନୁସସାରେ, କର୍ଣ୍ଣାଟକ ତିତ୍ରଦୁର୍ଗସ୍ଥିତ ଏରୋନଟିକାଲ ଟେଷ୍ଟ ରେଞ୍ଜରେ ସକାଳ ୭.୧୦ରେ ଏହି ପରୀକ୍ଷଣ କରାଯାଇଛି । ଏ ଡ଼େଇ ଇସ୍ରୋ ଏକ ବିଜ୍ଞପ୍ତିରେ କହିଛି ଯେ, ଲେକ୍ସା-୦୨ ମିଶନ ଅପେକ୍ଷା ଲେକ୍ସ-୦୩ ଅଧିକ ସଫଳ । ଏହା ଅଧିକ ଚାଲେଞ୍ଜିଂ ରିଲିଜ ସ୍ଥିତି ଏବଂ ଅଧିକ ବେଗ ପବନରେ ଚାଲିବାରେ ସଫଳତା ପ୍ରାପ୍ତ ହୋଇଛି । ଏହି ପ୍ରୟୋଗରେ ‘ପୁଷ୍ପକ’ ନାମକ ପଙ୍ଖା ଥିବା ଏହି ବାହନକୁ ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟରରୁ ୪.୫ କିମି ଉଚ୍ଚତାରୁ ଖସାଇ ପରୀକ୍ଷା କରାଯାଇଥିଲା ।

ଇସ୍ରୋ କହିଛି ଯେ, ଉନ୍ନତ ସ୍ୱାସ୍ଥ୍ୟ କ୍ଷମତାରୁ ଲେସ୍ ‘ପୁଷ୍ପକ ଚାଲେଞ୍ଜିଙ୍ଗ ପରିସ୍ଥିତିରେ ସଠିକ ଭାବରେ ଲାଣ୍ଡିଙ୍ଗ କରିଛି । ରନୱେରୁ ପ୍ରାୟ ୪.୫ କିମି ଉଚ୍ଚ ଏକ ରିଲିଜ ପଏଣ୍ଟରୁ, ପୁଷ୍ପକ ସ୍ୱୟଂଚାଳିତ ଭାବରେ କ୍ରସ୍-ରେଞ୍ଜ ମ୍ୟାନୋଭର୍ସରେ ସଫଳ ହୋଇଛି । ଏହାସହିତ ପୁଷ୍ପକ ରନୱେ ନିକଟରେ ପହଞ୍ଚି ରନୱେର ସେଣ୍ଟରଲାଇନରେ ଏକ ସଠିକ ଲାଣ୍ଡିଂ କରିବାରେ ସଫଳତା ହାସଲ କରିଛି । ଏହାର ଲିଫ୍ଟ-ଟୁଡ୍ରାଗ ଅନୁପାତ କମ୍ ହେବାଦ୍ୱାରା ଲାଣ୍ଡିଂର ବେଗ ୩୨୦ କିମି ପ୍ରତି ଘଣ୍ଟାରୁ ଅଧିକ ରହିଥିଲା । ତେବେ କମର୍ସିଆଲ ପ୍ଲେନ ପାଇଁ ଏହା ୨୬୦ କିମି ପ୍ରତି ଘଣ୍ଟା ଏବଂ ସାଧାରଣ ଯୁଦ୍ଧ ବିମାନ ପାଇଁ ଏହା ୨୮୦ କିମି ପ୍ରତି ଘଣ୍ଟା ରହିଥାଏ । ଲାଣ୍ଡିଂ ପରେ ଏହି ବାହନର ବେଗ ପ୍ରାୟ ୧୦୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ କମ୍ ବ୍ରେକ ପାରାଶୁଟ ବ୍ୟବହାର କରାଯାଇଛି । ଏହାସହିତ ଲାଣ୍ଡିଂ ଗିୟର ବ୍ରେକ ସାହାଯ୍ୟରେ ରନୱେରେ ଏହାର ବେଗ କମ୍ କରି ରୋକାଯାଇଥିବା କହିଛି ଇସ୍ରୋ ।

ଆରଏଲଭି ଲେକ୍ସ ମିଶନ୍ ଇନର୍ସିୟଲ ସେନସର, ରାଡର ଅଲ୍ଟିମିଟର, ଫ୍ଲାସ ଏୟାର ଡାଟା ସ୍ୟୁଡୋ ଲାଇଟ ସିଷ୍ଟମ ଏବଂ ନାବିକ ଭଳି ସେନସରରୁ ଲେସ ରହିଥିଲା । ବର୍ତ୍ତମାନ ‘ଆରଏଲଭି-ଓଆରଭି, ରିୟୁଜେବୁଲ ଅର୍ବିଟାଲ ଅନ୍ତରୀକ୍ଷ ଯାନର ପରୀକ୍ଷଣ କରିବା ଏହାର ଲକ୍ଷ୍ୟ ବୋଲି ସୂଚନା ଦେଇଛି ଇସ୍ରୋ । ଭବିଷ୍ୟତରେ ଅନ୍ତରୀକ୍ଷରୁ ଫେରୁଥିବା ଯାନ କିପରି ଅବତରଣ କରିବ, ଏହି ମିଶନ ସେ ସମ୍ପର୍କରେ ସୂଚନା ଦେଇପାରିବ ।

Get real time updates directly on you device, subscribe now.