fbpx

ମୃତ୍ୟୁ ପରେ ବି ଏତିକି ସମୟ ବଞ୍ଚିଥାଏ ମସ୍ତିଷ୍କ, ବୈଜ୍ଞାନିକଙ୍କ ବଡ଼ ଖୁଲାସା

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଖୁଲାସା କରିଛନ୍ତି ଯେ, ମଣିଷ ମରିବା ପରେ ୭ ମିନିଟ ଯାଏଁ ବଞ୍ଚିରହେ ତାର ମସ୍ତିସ୍କ। ଏହି ଶେଷ ମିନିଟରେ ମସ୍ତିସ୍କ ନିଜର ସାରା ଜୀବନକୁ ମନେପକାଇଥାଏ। ଏହି ୭ ମିନିଟରେ ମଣିଷ ତାର ସାରା ଜୀବନର ଘଟଣା ଆଖି ସାମ୍ନାରେ ପ୍ଲେ ହୋଇଥାଏ। ତେବେ ନ୍ୟୁରୋସର୍ଜନ ଏହି ଖୁଲାସା କରିଛନ୍ତି।

ଦି ଡେଲି ଷ୍ଟାର ରିପୋର୍ଟ ମୁତାବକ, ନ୍ୟୁରୋସର୍ଜନ ଖୁଲାସା କରିଛନ୍ତି ଯେ, ମୃତ୍ୟୁ ପରେ ଆମ ମସ୍ତିଷ୍କରେ କଣ ଘଟିଥାଏ। ଡା. ଅଜମଲ ଜେମରଙ୍କ କହିବାନୁଯାୟୀ, ଆମେ ଜୀବନ ସ୍ମରଣାନାମକ ଏକ ପ୍ରକ୍ରିୟା ଦେଇ ଗତି କରୁ, ଯେଉଁଠାରେ ଆମେ ନିଜର ସବୁଠୁ ଅଧିକ ସ୍ମରଣୀୟ ମୁହୂର୍ତ୍ତକୁ ପୁଣିଥରେ ଫେରିପାଉ। ମୃତ୍ୟୁ ପରେ ମଧ୍ୟ ମସ୍ତିସ୍କ ସକ୍ରିୟ ରହିଥାଏ।

ଏହି ସଫଲତା ସେତେବେଳେ ପ୍ରାପ୍ତ ହୋଇଥିଲା, ଯେତେବେଳେ ଅପସ୍ମାରରେ ପୀଡିତ ଜଣେ ୮୭ ବର୍ଷୀୟ ରୋଗୀଙ୍କୁ ନେଇ ଅନୁସନ୍ଧାନ କରାଯାଇଥିଲା। ହେଲେ ରେକର୍ଡିଙ୍ଗ ସମୟରେ, ରୋଗୀଙ୍କୁ ହାର୍ଟଆଟାକ ଆସିଥିଲା, ଏବଂ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଅପ୍ରତ୍ୟାଶିତ ଘଟଣା ବୈଜ୍ଞାନିକଙ୍କୁ ପ୍ରଥମେ ମାରି ମାନବ ମସ୍ତିସ୍କଙ୍କ ଗତିବିଧିକୁ ରେକର୍ଡିଂ କରିବାକୁ ଅନୁମତି ଦେଇଥିଲେ।

ଲୁଇସବିଲେ ବିଶ୍ୱବିଦ୍ୟାଳୟର ଡା.ଜେମର କହିଥିଲେ ଯେ, ଆମେ ମୃତ୍ୟୁ ସମୟ ପାଖାପାଖି ମସ୍ତିସ୍କର ୯୦୦ ସେକେଣ୍ଡର ଗତିବିଧିକୁ ମପିଥିଲୁ ଏବଂ ହୃଦୟର ସ୍ପନ୍ଦନ ବନ୍ଦ ହେବା ପୂର୍ବରୁ ଏବଂ ପରର ୩୦ ସେକେଣ୍ଡରେ କଣ ଘଟିଥିଲା, ଏହା ଯାଞ୍ଚ କରିବା ଲାଗି ଏକ ବିଶିଷ୍ଟ ଫୋକସ ସେଟ କରାଯାଇଥିଲା। ହୃଦୟର କାର୍ଯ୍ୟ ବନ୍ଦ କରିବାର ଠିକ ପୂର୍ବରୁ ଏବଂ ପରେ, ଆମ୍ବେ ତନ୍ତ୍ରିକା କମ୍ପନର ଏକ ବିଶିଷ୍ଟ ବ୍ୟାଣ୍ଡରେ ପରିବର୍ତ୍ତନ ଦେଖିଥିଲୁ। ମସ୍ତିସ୍କ କମ୍ପନକୁ ସାଧାରଣତଃ ମସ୍ତିସ୍କ ତରଙ୍ଗ ଭାବେ ଜଣାଶୁଣା। ସେ ମସ୍ତିସ୍କ ଗତିବିଧିର ପ୍ୟାଟର୍ଣ୍ଣ ଅଟେ ଯାହା ସାମାନ୍ୟ ଭାବେ ଜୀବିତ ମାନବ ମସ୍ତିସ୍କରେ ଥାଏ।

Get real time updates directly on you device, subscribe now.