fbpx

ମଳଦ୍ୱାରରେ କରିହେବ ଶ୍ୱାସକ୍ରିୟା! ମଣିଷକୁ ନେଇ ବୈଜ୍ଞାନିକମାନେ ଖୁବଶୀଘ୍ର କରିବେ ପରୀକ୍ଷା

ନୂଆଦିଲ୍ଲୀ: ସାଧାରଣ ଭାବେ ମଣିଷ ନାକ ମାଧ୍ୟମରେ ଶ୍ୱାସକ୍ରିୟା କରିଥାଏ । କୌଣସି ଅସୁବିଧା ସମୟରେ ମଣିଷ ମୁହଁ ଦ୍ୱାରା ଶ୍ୱାସକ୍ରିୟା କରିଥାଏ, ମାତ୍ର ମଳଦ୍ୱାରା ଦ୍ୱାରା କେବେ କରି ନଥାଏ । ତେବେ ଏନେଇ ବୈଜ୍ଞାନିକମାନେ ଏକ ନୂଆ ତଥ୍ୟର ଖୁଲାସା କରିଛନ୍ତି । ମଣିଷ ତା’ର ଶରୀରର ପଛଭାଗ ଦେଇ ନିଃଶ୍ୱାସ ନେଇପାରିବ । ଯଦି ଏହା ସମ୍ଭବ ହୁଏ, ତେବେ ବିପଦ ସମୟରେ ମଣିଷର ଜୀବନ ବଞ୍ଚାଇବା ଦିଗରେ ଏହା ସହାୟକ ହେବ । ତେବେ ପ୍ରାଥମିକ ଭାବେ ଘୁଷୁରୀ, ମୂଷା ଓ କଇଁଛଙ୍କଠାରେ ଏହାର ପରୀକ୍ଷଣ ବୈଜ୍ଞାନିକମାନେ କରିସାରିଛନ୍ତି ।

ବୈଜ୍ଞାନିକମାନେ କହିଛନ୍ତି ଯେ, ଖୁବଶୀଘ୍ର ମଣିଷ ନିଜର ପଛଭାଗ ମଳଦ୍ୱାର ମାଧ୍ୟମରେ ଶ୍ୱାସକ୍ରିୟ କରିପାରିବ । ଏହାଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ୟାର ଶିକାର ହେଉଥିବା ଲୋକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ । ଏହି ତଥ୍ୟକୁ ପ୍ରମାଣିତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରର ବୈଜ୍ଞାନିକଙ୍କ ଏକ ଟିମ୍ ପ୍ରଥମେ ଘୁଷୁରୀ, ମୂଷା ଓ କଇଁଛ ଉପରେ ଏହାର ଟେଷ୍ଟିଂ କରିଛନ୍ତି । ଏହାର ରିପୋର୍ଟ ନିକଟରେ କ୍ଲିନିକାଲ ଆଣ୍ଡ ଟ୍ରାନ୍ସଲେଶନାଲ ରିସୋର୍ସ ଆଣ୍ଡ ଟେକ୍ନୋଲୋଜି ଇନସାଇଟ ନାମକ ପତ୍ରିକାରେ ପ୍ରକାଶ ପାଇଛି ।

ମ୍ୟୁକୋସଲ ଲାଇନକୁ ପତଳା କରିବା ଉଦ୍ଦେଶ୍ୟରେ ବୈଜ୍ଞାନିକମାନେ ପ୍ରଥମେ ଏହି ଜୀବମାନଙ୍କର ଅନ୍ତକୁ ସାମାନ୍ୟ ପତଳା କରିଥିଲେ । ଏପରି କରିବା ଦ୍ୱାରା ରକ୍ତ ପ୍ରବାହରେ କୌଣସି ସମସ୍ୟା ନହୋଇ ତାହାର ବେଗ ଦ୍ରୁତ ହୋଇଥାଏ । ସମସ୍ତ ଜୀବମାନଙ୍କୁ କମ୍ ଅକ୍ସିଜେନ ଥିବା ଏକ ଘରେ ରଖାଯାଇଥିଲା । କଇଁଛର ପୂର୍ବରୁ ପତଳା ମ୍ୟୁକୋସଲ ଲାଇନ ଥିବା ଅନ୍ତ ଥିବାରୁ ତା’ କ୍ଷେତ୍ରରେ କିଛି ସମସ୍ୟା ଉତ୍ପନ୍ନ ହୋଇ ନଥିଲା । ସେହି କାରଣ ପାଇଁ କଇଁଛମାନେ ସର୍ଦ୍ଦି ସମୟରେ ମଧ୍ୟ ବଞ୍ଚିବାର କ୍ଷମତା ରଖିଥାନ୍ତି ।

ଯେଉଁ ଜୀବମାନଙ୍କର ଅନ୍ତର ଚିକିତ୍ସା କରାଯାଇନଥିଲା, ସେମାନେ କମ୍ ଅକ୍ସିଜେନ୍ ଚାମ୍ବରରେ ୧୧ ମିନିଟ୍ ପର୍ଯ୍ୟନ୍ତ ଜୀବିତ ରହିଥିଲେ । ଅନ୍ୟପକ୍ଷରେ ଯେଉଁ ଜୀବମାନଙ୍କର ଅନ୍ତର ଚିକିତ୍ସା କରାଯାଇଥିଲା, ସେମାନେ ପାଖାପାଖି ୧୮ ମିନିଟ୍ ପର୍ଯ୍ୟନ୍ତ ଜୀବିତ ରହିଥିଲେ । ଅର୍ଥାତ ସେମାନଙ୍କର ଶରୀରର ପଛ ଭାଗରେ ଶ୍ୱାସକ୍ରିୟା ଜାରି ରହିଥିଲା । ତେବେ ମଣିଷ ମରିବା ନିଶ୍ଚିତ ହୋଇଥିଲେ ହେଁ ମଳଦ୍ୱାର ଦେଇ ଶ୍ୱାସକ୍ରିୟା କରିବା ଦ୍ୱାରା କିଛି ଅଧିକ ସମୟ ବଞ୍ଚିପାରିବ । ଆଗକୁ ମଣିଷ ଶରୀରରେ ଏହି ପରୀକ୍ଷଣ କରାଯିବା ନେଇ ପ୍ଲାନିଂ ଚାଲିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Get real time updates directly on you device, subscribe now.