fbpx

AI Pinର ଅର୍ଡର ଆରମ୍ଭ, ଜାଣନ୍ତୁ କଣ ରହିଛି ଫିଚର୍ସ

Advertisement

ନୂଆଦିଲ୍ଲୀ: AI ମାଧ୍ୟମରେ ଟେକ୍ନୋଲୋଜି ଦୁନିଆରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି । ସେହିପରି ସ୍ମାର୍ଟଫୋନ କ୍ଷେତ୍ରରେ ମଧ୍ୟ କିଛି ନୂଆ ନେଇ ଆସିଛି । Humane AI Pin ହେଉଛି ଏକ ସ୍ମାର୍ଟ ଡୟିଭାଇସ୍ ଯାହାର ପ୍ରି ବୁକିଂ ଆରମ୍ଭ ହୋଇଯାଇଛି । ଏହି ଡିଭାଇସର ନିର୍ମାତା ଦାବି କରିଛନ୍ତି ଯେ ଭବିଷ୍ୟତରେ Humane AI Pin ସ୍ମାର୍ଟଫୋନର ସ୍ଥାନ ନେଇପାରେ । ଏନେଇ @ Humane ଦ୍ୱାରା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଲେଖାଯାଇଛି, ‘ଅର୍ଡ଼ର କ୍ରମ ଅନୁଯାୟୀ ଲୋକମାନଙ୍କ ଅର୍ଡର ପୂରଣ କରାଯିବ । Humane AI Pinର ମୂଲ୍ୟ ହେଉଛି ୬୯୯ ଆମେରିକୀୟ ଡଲାର । ଏଥିପାଇଁ ମାସିକ କିସ୍ତି ହିସାବରେ ୨୪ ଆମେରିକୀୟ ଡଲାର ପୈଠ କରିବାକୁ ପଡ଼ିଥାଏ ଯେଉଁଥିରେ ସେଲ୍ୟୁଲାର ଡାଟା ଏବଂ ଫୋନ ନମ୍ବର ସାମିଲ ରହିବ । ଏହି ଡିଭାଇସ୍ ୩ଟି କଲର ଭାରିଆଣ୍ଟରେ ଉବଲବ୍ଧ ହେବ ଯଥା Eclipse(black), Lunar(White with polished chrome) ଏବଂ Equinox(Black with polished chrome) । Humane AI Pin ଲାଙ୍ଗୁଏଜ୍ ଟ୍ରାନ୍ସଲେସନ୍‌, ଭଏସ୍ ବେସ୍‌ଡ ମେସେଜିଂ ଆପ୍‌, ସର୍ଚ୍ଚିଂ ଏବଂ ଇ-ମେଲ ଇତ୍ୟାଦି ବିଭିନ୍ନ ପ୍ରକାର କାର୍ଯ୍ୟ ସଂପାଦନ କରିପାରିବ । ଏହି ଡିଭାଇସମକୁ କଣ୍ଟ୍ରୋଲ କରିବା ପାଇଁ ବ୍ୟବହାରକାରୀଙ୍କୁ ଭଏସ କମାଣ୍ଡ ଦେବାକୁ ପଡ଼ିବ । ଏହା ଏକ ପ୍ରକାର wearable ଡିଭାଇସ୍ ଯାହା AI ସପୋର୍ଟ ସହ ଆସିଥାଏ । ଏଥିରେ Snapdragon ଚିପସେଟ୍ ବ୍ୟବହାର କରାଯାଇ ହେବ ।

Get real time updates directly on you device, subscribe now.