fbpx
BSKY SKY
BSKY SKY

୪,୫୦୦ ବର୍ଷ ତଳେ ପ୍ରଥମେ ହୋଇଥିଲା କିସ୍‌ର ଆଦାନ ପ୍ରଦାନ, ସାମ୍ନାକୁ ଆସିଲା ଏହି ପ୍ରମାଣ

BSKY

ନୂଆଦିଲ୍ଲୀ:ଇତିହାସ ପୃଷ୍ଠା ଖୋଲିବାକୁ ବିଶ୍ୱର ବହୁ ବୈଜ୍ଞାନିକ ଅହରହ ଗବେଷଣା ଜାରି ରଖିଛନ୍ତି । ଏହାଦ୍ୱାରା ପୁରୁଣା ସଭ୍ୟତା ଓ ସଂସ୍କୃତି ବିଷୟରେ ବହୁ ସୂଚନା ମିଳିଥାଏ । ଏପରିକି ସେ ସମୟରେ ଲୋକମାନେ କିପରି ରହୁଥିଲେ ସେ ବିଷୟରେ ବି ଜଣାପଡିଥାଏ । ଏପରି ଏକ ଖବର ଚୁମ୍ବନକୁ ନେଇ ଆସିଛି ।

ଗବେଷଣାରୁ ଜଣାପଡିଛି ୪୫୦୦ ବର୍ଷ ପୂର୍ବେ ପ୍ରଥମେ ଚୁମ୍ବନର ଆଦାନ ପ୍ରଦାନ ହୋଇଥିଲା । ଏହାର ପ୍ରମାଣ ସାମ୍ନାକୁ ଆସିଛି । ଜର୍ଣ୍ଣାଲ ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଏହି ଗବେଷଣା ମଧ୍ୟପୂର୍ବର ଏକ ପ୍ରାଚୀନ ସ୍ଥାନରେ ହୋଇଛି । ଏହା ମୂଳ ମେସୋପୋଟାମିଆ ସଭ୍ୟତାର କୌଣସି ପ୍ରମାଣ ଆଡକୁ ଇସାରା କରିଥାଏ ।
ଗବେଷକମାନେ ଏହି କଥାର ପ୍ରମାଣ ବି ଦେଇଛନ୍ତି କି ମୁହଁରେ ଛାଲ ପଡିବା ପରି ରୋଗ ଚୁମ୍ବନ ଦିଆନିଆରୁ ହୋଇଛି । ପ୍ରତ୍ନତତ୍ତ୍ୱବିଦଙ୍କୁ ମାନବ ମଧ୍ୟରେ ହୋଇଥିବା ପ୍ରଥମ କିସ୍‌ର ଆଦାନ ପ୍ରଦାନ ବିଷୟରେ ପ୍ରମାଣ ବି ମିଳିଛି ।

ପ୍ରଥମ ଗବେଷଣାରେ ଜଣାପଡିଥିଲା କି ଚୁମ୍ବନ କରିବାର ପ୍ରଥମ ପ୍ରମାଣ ୧୫୦୦ ଖ୍ରୀଷ୍ଟ ପୂର୍ବ ତଳର ଭାରତର ଥିଲା । କିନ୍ତୁ ନୂଆ ଅଧ୍ୟୟନରେ ପ୍ରାଚୀନ ମେସୋପୋଟାମିଆ ଗ୍ରନ୍ଥରୁ ଜଣାପଡିଛି କି ଏହା ମଧ୍ୟପୂର୍ବରେ ଏକ ରୋମାଣ୍ଟିକ ପ୍ରଥା ଥିଲା ।

Get real time updates directly on you device, subscribe now.