fbpx

ପିଲାଙ୍କୁ ଆକଟ କରିବାକୁ ଡରିଲେଣି ଅଭିଭାବକ; ‘ସୋର’ରେ ବାପାଙ୍କ ତାଗିଦ୍‌ରେ ଜୀବନ ହାରିଲା ପୁଅ

ସୋର: କିଛିଦିନ ଦିନ ହେବ ଅନେକ ଛାତ୍ରଛାତ୍ରୀ ଜୀବନ ହାରୁଥିବା ଘଟଣା ସାମ୍ନକୁ ଆସୁଛି। ବିଶେଷକରି ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳୁଥିଲା । ନଜ ଘର ଛାଡି କ୍ୟାରିୟର କରିବାକୁ ବାହାରକୁ ଆସିଥିବା ଛାତ୍ରଛାତ୍ରୀମାନେ ଏଭଳି ଚରମ ପଦକ୍ଷେପ ନେଉଥିବା ଦେଖିବାକୁ ମିଳୁଥିଲା । ହେଲେ ଆଜି ଏକ ହୃଦୟ ବିଦାରକ ଘଟଣା ବାଲେଶ୍ଵର ଜିଲ୍ଲାର ସୋର ଅଞ୍ଚଳରେ ଦେଖିବାକୁ ମିଳିଛି । ବାପା ତାଗିଦ୍ କରିବାରୁ ଜୀବନ ହାରିଛି ୧୭ ବର୍ଷୀୟ ପୁଅ । ଆର୍ତ୍ତପୁର ପଞ୍ଚାୟତ ହଂସପାଟଣା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ସାନ ଭାଇ ସହ ବଲ୍ ପାଇଁ ଝଗଡ଼ା କରିବାରୁ ବାପା ତାଗିଦ କରିଥିଲେ । ଆଉ କିଛି ସମୟ ପରେ ଗାଁ ପାଖ ଜଙ୍ଗଲରେ ରଶି ଲଗାଇ ଜୀବନ ହାରିଦେଇଛି ।

ଏପରି ଖବର ଶୁଣି ଲାଗୁଛି ଆଉ କୌଣସି ଅଭିଭାବକ ନିଜ ପିଲାଙ୍କୁ ଆକଟ କରିବାକୁ ଡରିବେ । ପିଲାଙ୍କର ଏଭଳି ଆଚରଣକୁ ନେଇ ଚିନ୍ତାରେ ଏବେର ଅଭିଭାବକ । ଗୋଟେପଟେ ବଢି ଚାଲିଛି ସେମାନଙ୍କ ଉଶୃଙ୍ଖଳ ଓ ଜିଦ୍ ଖୋର ମନୋଭାବ । ନା ସେମାନଙ୍କୁ କିଛି କହି ହେଉଛି, ନା ସେମାନଙ୍କୁ ଆକଟ କରିହେଉଛି । ଏବେର ପିଢିଙ୍କୁ ଦେଖିବାକୁ ଗଲେ ପିଲାଙ୍କୁ କୌଣସି କ୍ଷେତ୍ରରେ ଆକଟ କରିଲା ବେଳକୁ କିଏ ଘର ଛାଡ଼ିବାକୁ ଧମକ ଦେଉଛନ୍ତି ତ କିଏ ଜୀବନ ହାରିବାକୁ କହୁଛି । ତେବେ ଏ ପ୍ରଶ୍ନ ସମସ୍ତଙ୍କୁ ଡରାଉଛି, ଆଗକୁ କଣ ହେବ ପିଲାଙ୍କ ଭବିଷ୍ୟତ ?

Get real time updates directly on you device, subscribe now.