ରେକର୍ଡ ହେଲା ଆଶ୍ଚର୍ଯ୍ୟଜନକ ତଥ୍ୟ: ସାଥୀ ସନ୍ଧାନରେ ଆମେରିକାରୁ ଆଫ୍ରିକା ପର୍ଯ୍ୟନ୍ତ ୧୩ ହଜାର କିମି ଯାତ୍ରା କଲା ତିମି!

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଏକ ହପମ୍ପବ୍ୟାକ ହ୍ୱେଲ ବା ତିମିକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟକୁ ରେକର୍ଡ କରିଛନ୍ତି । ଏହି ତିମିଟି ଦକ୍ଷିଣ ଆମେରିକାରୁ ଆଫ୍ରିକା ପର୍ଯ୍ୟନ୍ତ ୧୩ ହଜାର କିମି ଯାତ୍ରା କରିଥିବା ଜଣାପଡ଼ିଛି । ଗତ ୨୦୧୭ ମସିହାରେ ଉକ୍ତ ତିମିକୁ କଲମ୍ବିଆ ନିକଟରେ ପ୍ରଶାନ୍ତ ମହାସଗରରେ ଦେଖିବାକୁ ମିଳିଥିଲା । ତେବେ ଗତ କିଛି ବର୍ଷ ପରେ ତାହା ଭାରତମହାସାଗରରେ ଜାଞ୍ିବର ନିକଟରେ ଦେଖିବାକୁ ମିଳିଥିଲା । ତେବେ ତିମିଟି ଏହି ଦୀର୍ଘ ଯାତ୍ରା କ’ଣ ପାଇଁ କଲା, ସେନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ହମ୍ପବ୍ୟାକ୍ ତିମି ସାରା ବିଶ୍ୱର ସବୁ ମହାସାଗରରେ ଦେଖିବାକୁ ମିଳିଥାନ୍ତି । ପ୍ରତିବର୍ଷ ଏମାନେ ଦୀର୍ଘ ପଥ ଅତିକ୍ରମ କରିଥାନ୍ତି । ଉଷ୍ଣମଣ୍ଡଳୀୟ ପ୍ରଜନନ କ୍ଷେତ୍ରରୁ ଶୀତଳ ଜଳରେ ଥିବା ଭୋଜନ କ୍ଷେତ୍ରରେ ଏମାନେ ଯାତ୍ରା କରିଥାନ୍ତି । ତିମିର ଏହି ଐତିହାସିକ ଯାତ୍ରାର ପ୍ରକୃତ କାରଣ ଜଣାପଡ଼ିନଥିଲେ ହେଁ ବୈଜ୍ଞାନିକମାନେ କିଛି ଯୁକ୍ତି ଉପସ୍ଥାପନ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ତାପମାତ୍ରା, ସ୍ରୋତ ବୃଦ୍ଧି ହେଉଥିବା କାରଣରୁ ତିମି ସ୍ଥାନ ପରିବର୍ତ୍ତନ କରିଥାଇପରେ ବୋଲି ଏକ ସିଦ୍ଧାନ୍ତରୁ ଜଣାପଡ଼ିଛି । ସେହିପରି ଖାଦ୍ୟ ଅନ୍ୱେଷଣରେ ତିମି ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଆଉ କିଛି ଗବେଷକ ମତ ଦେଇଛନ୍ତି । ସେହିପରି ତିମିମାନେ ନୂଆ ପ୍ରଜନନ ଆଧଶର ଖୋଜୁଥାଇ ପାରନ୍ତି ବୋଲି ମଧ୍ୟ ଆଉ ଏକ ସିଦ୍ଧାନ୍ତରେ କୁହାଯାଇଛି ।