fbpx

ପବିତ୍ର ମହାଳୟା ପାଇଁ ଚଳଚଞ୍ଚଳ ମା’ବିରଜାଙ୍କ କ୍ଷେତ୍ର: ନାଭିଗୟାରେ ପିଣ୍ଡଦାନ କଲେ ଶହ ଶହ ଶ୍ରଦ୍ଧାଳୁ

ଯାଜପୁର: (ଓଡ଼ିଶା ଭାସ୍କର) ଅଶ୍ୱିନ କୃଷ୍ଣ ପ୍ରତିପଦା ଠାରୁ ଆରମ୍ଭ ହୋଇ ମହାଳୟାରେ ଶେଷ ହୋଇଥାଏ ଅପରପକ୍ଷ ବା ପିତୃପକ୍ଷ । ପିତୃଲୋକଙ୍କୁ ଆବାହନ କରି ଏହି ଦିନ ପିଣ୍ଡଦାନ କରାଯାଇଥାଏ । ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡଦାନ କରିଛନ୍ତି। ମାନ୍ୟତା ରହିଛି ଯଦି ନାଭିଗୟାରେ ପିଣ୍ଡଦାନ କରାଯାଏ ତେବେ ଏହା ଗୟାରେ ପିଣ୍ଡଦାନ ସହ ସମାନ ହୋଇଥାଏ । ସେଥିଲାଗି ଏହି ପ୍ରବିତ୍ର ମହାଳୟାରେ ଯାଜପୁରର ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବାର ସ୍ଵତନ୍ତ୍ର ପରମ୍ପରା ରହିଛି। ବିଶେଷକରି ଆଜିର ଦିନରେ ପିଣ୍ଡଦାନ କାଲେ ପିତୃପୁରୁଷଙ୍କ ମୋକ୍ଷ ଲାଭ ହୋଇଥାଏ ବୋଲି ବିଶ୍ଵାସ ରହିଛି। ଏଥିପାଇଁ ଆଜି ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଥିବା ନାଭିଗୟା କୁଣ୍ଡରେ ପିଣ୍ଡଦାନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଏହି ଭିଡ଼କୁ ଲକ୍ଷ୍ୟ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି। ଇନ୍ଦୁ ପୂର୍ଣ୍ଣିମା ଠାରୁ ପିତୃପକ୍ଷ ଅବସରରେ ଯାଜପୁରର ନାଭିଗୟାଠାରେ ଦୈନିକ ଶହଶହ ଶ୍ରଦ୍ଧାଳୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ପିଣ୍ଡଦାନ କରିଥିଲେ। ତେବେ ଆଜି ପିତୃପକ୍ଷର ଶେଷ ଦିନ ତଥା ମହାଳୟା ଅବସରରେ ଶହ ଶହ ଶ୍ରଦ୍ଧାଳୁ ପିଣ୍ଡଦାନ ପାଇଁ ମାଙ୍କ ପୀଠକୁ ଆସିଥାନ୍ତି। ସେଥିଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.