fbpx

ସୁଦାନରେ ଜାତୀୟ ହିଂସାର ଭୟାନକ ପରିସ୍ଥିତି: ସପ୍ତାହକ ମଧ୍ୟରେ ୧୦୦ ଜଣଙ୍କ ମୃତ୍ୟୁ, ନିଆଁରେ ଜଳିଗଲେ ୬୨ ଜଣ

ନୂଆଦିଲ୍ଲୀ: ସୁଦାନରୁ ଏକ ଭୟଙ୍କର ଖବର ଆସିଛି । ଦେଶରେ ହିଂସା ଲାଗି ରହିଥିବା ବେଳେ ଏହାଦ୍ୱାରା ସେଠାକାର ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି । ଗତ ସପ୍ତାହରେ ଜାତୀୟ ହିଂସାରେ ପାଖାପାଖି ୧୦୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ସଂଯୁକ୍ତ ରାଷ୍ଟ୍ରର ଶରଣାର୍ଥୀ ଏଜେନ୍ସି ଓ ସମ୍ପ୍ରଦାୟର ଜଣେ ନେତା ଏନେଇ ସୂଚନା ଦେଇଛନ୍ତି ।

ପଶ୍ଚିମ ଦାରଫୁର ପ୍ରାନ୍ତର କୁଲବସ ସହରରେ ଅରବ ଓ ଆଫ୍ରିକୀୟ ଜନଜାତିଙ୍କ ମଧ୍ୟରେ ଜମି ହଡ଼ପକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ସ୍ଥାନୀୟ ମିଲିଶିଆଙ୍କ ପକ୍ଷରୁ କିଛି ଗ୍ରାମରେ ଆକ୍ରମଣ କରାଯାଇଥିଲା । ଫଳରେ ହଜାର ହଜାର ସଂଖ୍ୟାରେ ଲୋକମାନେ ନିଜର ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ିଥିବା ମିଳିତ ଜାତିସଂଘ ମାନବ ଅଧିକାର ପରିଷଦ (ୟୁଏନଏଚଆରସି) ପକ୍ଷରୁ କୁହାଯାଇଛି ।

ମିଲିଶିଆ ଦ୍ୱାରା ୨୦ରୁ ଅଧିକ ଗାଁରେ ନିଆଁ ଲଗାଇ ଦିଆଯାଇଥିବା ବେଳେ ୬୨ଟି ପୋଡ଼ା ଶବ ଜବତ ହୋଇଛି । ଅନେକ ଲୋକଙ୍କର ପତ୍ତା ମିଳୁନାହିଁ । ଏହି ହିଂସାରେ କ୍ରେନିକ ସହରର ଅତିକମରେ ୧୦୩ ଜଣ ଲୋକ ଆହତ ହୋଇଛନ୍ତି । ଏହାପୂର୍ବରୁ ଗତ ଏପ୍ରିଲରେ ସୁଦାନର ପଶ୍ଚିମ ଦାରଫୁର କ୍ଷେତ୍ରର କବାୟଲୀ ଅରବ ଓ ଗୈର ଅରବଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦୦ ଜଣ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.