fbpx

ବ୍ଲାକ୍ ଫଙ୍ଗସ ଯୋଗୁଁ ପତ୍ନୀଙ୍କ ମୃତ୍ୟୁପରେ ୪ ପିଲାଙ୍କୁ ଧରି ଆତ୍ମହତ୍ୟା କଲା ସ୍ୱାମୀ

Advertisement

ନୂଆଦିଲ୍ଲୀ: ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇ ପତ୍ନୀଙ୍କ ମୃତ୍ୟୁ ପରେ ଜଣେ ସେବାନିବୃତ୍ତ କର୍ମଚାରୀ ନିଜ ୪ ଟି ସନ୍ତାନଙ୍କ ସହିତ ଆତ୍ମହତ୍ୟା କରିଛନ୍ତି । ତେବେ ଏହିଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ବେଲଗାୱୀ ଜିଲ୍ଲାରେ । ସେବାନିବୃତ କର୍ମଚାରୀ ଏବଂ ତାଙ୍କ ୪ ଜଣ ସନ୍ତାନ ବିଷ ଖାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକ ମାନଙ୍କ ପରିଚୟ ମିଳିଛି । ସେମାନେ ହେଲେ ଗୋପାଳ ହାଦିମାନୀ(୪୬), ତାଙ୍କର ୪ଜଣ ସନ୍ତାନ ହେଉଛନ୍ତି ସୌମ୍ୟା(୧୯), ଶ୍ୱେତା(୧୬), ସାକ୍ଷୀ(୧୧) ଏବଂ ସୃଜନ(୮) । ପୋଲିସ୍ କହିବାନୁସାରେ, ଗୋପାଳଙ୍କ ପତ୍ନୀ ଜୁଲାଇ ୬ ତାରିଖରେ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଥଇ ପ୍ରାଣ ହରାଇଥିଲେ । ଏହାପରେ ତାଙ୍କ ବିୟୋଗ ସମ୍ବାଳି ନପାରି ଶନିବାର ଦିନ ପିଲାମାନଙ୍କ ସହିତ ଗୋପାଳ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି । ଏହାପରେ ବି ମାମଲାର ତଦନ୍ତ ପୋଲିସ୍ ଚଳାଇଛି ।

Get real time updates directly on you device, subscribe now.