(VIDEO) ବାଲିଯାତ୍ରା: 40 ହଜାର ଟଙ୍କାରେ ବିକ୍ରି ହେଉଛନ୍ତି ସ୍ବାମୀ ସ୍ତ୍ରୀ! କିଣିବାକୁ ଜମୁଛି ଗହଳି

କଟକ(ଓଡିଶା ଭାସ୍କର): ଆଜି ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆଲୋକମାଳାରେ ଝଲସୁଛି ମହାନଦୀ ପଠା । ତେବେ ଚଳିତ ବର୍ଷ ବାଲିଯାତ୍ରାରେ ବିକ୍ରି ହେଉଛନ୍ତି ସ୍ୱାମୀ ସ୍ତ୍ରୀ । କଥାଟି ଟିକିଏ ଆପଣଙ୍କୁ ଅଜବ ଲାଗୁଥାଇପାରେ । ମାତ୍ର କିଛିକାଂଶେରେ ଏହା ସତ । 40 ହଜାର ଟଙ୍କାରେ ବିକ୍ରି ହେଉଛନ୍ତି ସ୍ବାମୀ ସ୍ତ୍ରୀ । ବାଲିଯାତ୍ରାରେ ସ୍ବାମୀ ସ୍ତ୍ରୀଙ୍କ ମୂର୍ତ୍ତି ଦେଖିବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।

ଚଳିତ ବର୍ଷ ବାଲିଯାତ୍ରାର ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ଓରମାସ ଭିତରେ ବିକ୍ରି ହେଉଥିବା ପିତଳ ସ୍ବାମୀ ସ୍ତ୍ରୀଙ୍କ ମୂର୍ତ୍ତି । ଯାହାକୁ ଦେଖିବା ପାଇଁ ଓରମାସ ଭିତରେ ଲୋକଙ୍କ ଗହଳି ଦେଖାଯାଇଛି । ଆଦିବାସୀ ସଂପ୍ରଦାୟର ଏହି ସ୍ବାମୀ ସ୍ତ୍ରୀଙ୍କ ମୂର୍ତ୍ତି ଏଥର ବାଲିଯାତ୍ରାକୁ ବେଶ୍ ଆକର୍ଷଣୀୟ କରିଛି । କେନ୍ଦ୍ର ସରକାରଙ୍କ ଜନଜାତୀୟ କାର୍ଯ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିକ୍ରି ହେଉଛି ଏହି ପିତ୍ତଳ ମୂର୍ତ୍ତି। ଏହି ମୂର୍ତ୍ତିର ଉଚ୍ଚତା ୧ ଫୁଟରୁ କମ୍‌ ଥିଲେ ମଧ୍ୟ ଏହାର ଦାମ୍‌ ପ୍ରାୟ ୪୦ ହଜାର ଟଙ୍କା। ଏହି ମୂର୍ତ୍ତି ଛତିଶଗଡ଼ ରାଜ୍ୟର ବସ୍ତା ଅଞ୍ଚଳରୁ ଆସିଥିବା ଜଣାପଡିଛି ।

ପୁରୁଷ ଲୋକଟିର ଗୋଟିଏ ହାତରେ ରହିଛି ଏକ କମଣ୍ଡଳୁ ଏବଂ ଅନ୍ୟ ହାତରେ ରହିଛି ଏକ ମାଛ। ସେହିପରି ସ୍ତ୍ରୀ ଲୋକର ଗୋଟିଏ ହାତରେ କମଣ୍ଡଳୁ ଏବଂ ମୁଣ୍ଡରେ ଏକ ଝୁଡ଼ିରେ ମାଛକୁ ମୁଣ୍ଡେଇଚି। ଯାହାକି ଲୋକମାନଙ୍କୁ ବେଶ୍ ଆକର୍ଷିତ କରୁଛି । କେବଳ ସେତିକି ନୁହେଁ ଧାଙ୍ଗଡ଼ା ଏବଂ ଧାଙ୍ଗଡ଼ିଙ୍କ ଏହି ମୂର୍ତ୍ତିରେ ଝଲସୁଛି ଜନଜାତୀୟ ସଂସ୍କୃତି। ସେହିଭଳି ଭଳି ପିତ୍ତଳର ଲଣ୍ଠନ ଠାରୁ ଆରମ୍ଭ ବିଭିନ୍ନ ପ୍ରକାର ପଶୁପକ୍ଷୀଙ୍କ ମୂର୍ତ୍ତି ମଧ୍ୟ ରହିଛି। ଏହି ସବୁ ସାମଗ୍ରୀକୁ ଜନଜାତିର ମହିଳାମାନେ ତିଆରି କରୁଥିବାବେଳେ କେନ୍ଦ୍ର ସରକାରଙ୍କ ସହାୟତାରେ ତାହାକୁ ବିକ୍ରି କରାଯାଉଛି ।