ଆଠ ମାସର ଗର୍ଭବତୀଙ୍କୁ ଛୁରୀରେ ଆକ୍ରମଣ କଲା ସ୍ୱାମୀ, ତା ପରେ …

ମଦ ପିଇବାକୁ ମନା କଲାରୁ ଆଠ ମାସର ଗର୍ଭବତୀଙ୍କୁ ଛୁରାମାଡ଼

ଉତ୍ତରପ୍ରଦେଶ: ମଦ ପିଇବାକୁ ମନା କଲାରୁ ଆଠ ମାସର ଗର୍ଭବତୀଙ୍କୁ ଛୁରୀରେ ଆକ୍ରମଣ କଲେ ତାଙ୍କ ସ୍ୱାମୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମୋରାଦାବାଦ ଜିଲ୍ଲାର ଆଦର୍ଶ ନଗର ହାବୁଡା ବସ୍ତି ଅଞ୍ଚଳରେ।

ଏଠାରେ ଜଣେ ଆଠ ମାସର ଗର୍ଭବତୀ ମହିଳା ୟାମାନୀଙ୍କୁ ତାଙ୍କ ସ୍ୱାମୀ ଛୁରୀରେ ଆକ୍ରମଣ କରି ଗୁରୁତର ଆହତ କରିଛନ୍ତି। ପ୍ରକୃତରେ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ମଦ୍ୟପାନ କରିବାକୁ ବାରଣ କରିଥିଲେ ଏବଂ ପୂର୍ବରୁ ଏକ ମାମଲା ଦାୟର କରିଥିଲେ, ଯାହାକୁ ସେ ପ୍ରତ୍ୟାହାର କରିବାକୁ ମନା କରିଥିଲେ।

ଏଥିରେ କ୍ରୋଧିତ ହୋଇ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଛୁରୀରେ ଆକ୍ରମଣ କରିଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ପୀଡିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣାର ଗମ୍ଭୀରତା ଦେଖି ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଯେ ପୀଡିତା ପ୍ରେମ ସମ୍ପର୍କ ପରେ ଆଠ ମାସ ପୂର୍ବରୁ ବିବାହ କରିଥିଲେ। ପରିବାରର ଇଚ୍ଛା ବିରୁଦ୍ଧରେ ଉଭୟ ପ୍ରେମ ବିବାହ କରିଥିଲେ, କିନ୍ତୁ ବିବାହ ପରେ ସମ୍ପର୍କରେ ଫାଟ ଦେଖାଦେବାକୁ ଲାଗିଲା।

ପିଡିତା ତାଙ୍କ ସ୍ୱାମୀଙ୍କ ବିରୋଧରେ ଆକ୍ରମଣ ଏବଂ ନିର୍ଯାତନା ମାମଲା ଦାୟର କରିଥିଲେ। ସ୍ୱାମୀ ତାଙ୍କୁ ମାମଲା ପ୍ରତ୍ୟାହାର କରିବାକୁ ଲଗାତାର ଚାପ ଦେଉଥିଲେ। ଯେତେବେଳେ ମହିଳା ମାମଲା ପ୍ରତ୍ୟାହାର କରିବାକୁ ମନା କଲେ, ଅଭିଯୁକ୍ତ ମଦ୍ୟପ ଅବସ୍ଥାରେ ତାଙ୍କ ଉପରେ ଆକ୍ରମଣ କରିଥିଲେ।

ଏହି ଘଟଣା ପୁଣି ଥରେ ମହିଳାମାନଙ୍କ ବିରୁଦ୍ଧରେ ଘରୋଇ ହିଂସା ଏବଂ ନ୍ୟାୟ ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ପୋଲିସ କହିଛି ଯେ ଅଭିଯୁକ୍ତ ସ୍ୱାମୀଙ୍କୁ ଶୀଘ୍ର ଗିରଫ କରାଯିବ।