ହେଇଟି ଶୁଣୁଛ, ମୁଁ ଦିନ ସାରା କାମ କରି ଥକି ଯାଇଛି, ଟିକେ ସବଜି ନେଇ ଆସୁନ: ସ୍ୱାମୀ ଏତିକି ଶୁଣିବା ପରେ ସ୍ତ୍ରୀର ଶନିଦଶା ଆରମ୍ଭ ହେଲା

ନୂଆଦିଲ୍ଲୀ: ପତି-ପତିଙ୍କ ମଧ୍ୟରେ କଳହ ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି । ଏନେଇ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଅନେକ ଫଟୋ, ନ୍ୟୁଜ୍, ଭିଡିଓ ଶେୟାର ହୋଇଥାଏ । ତେବେ ନିକଟରେ ଏକ ଦମ୍ପତିଙ୍କ ବିବାଦର ଭିଡିଓ ସାମ୍ନାକୁ ଆସିଛି । ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟୁଥିବା ଦେଖାଯାଉଛି । ଏହି ମାମଲାରେ ପୋଲିସ ସ୍ୱାମୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ପତି ଖୁବ୍ ନିଶାରେ ରହିଥିଲେ । ଏହି ସମୟରେ ପତ୍ନୀ କହିଥିଲେ, ‘ମୁଁ ଦିନ ସାରା କାମ କରି ଥକି ଯାଇଛି, ଟିକେ ସବଜି ନେଇଆସିବ ।’ ଏହା ପରେ ପତ୍ନୀଙ୍କ ଉପରେ ସତେ ଯେମିତି ମାଡ଼ି ଆସିଥିଲା ଶନିଦଶା । ଯୁବକ ଜଣଙ୍କ ଏଇ ସାମାନ୍ୟ କଥାରେ ଉତକ୍ଷିପ୍ତ ହୋଇ ତାଙ୍କ ପତ୍ନୀଙ୍କ ରାସ୍ତାରେ ଗୋଡ଼େଇ ଗୋଡ଼େଇ ପିଟି ଚାଲିଥିଲେ । ଏହି ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।

ଘଟଣାଟି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳରେ ଘଟିଥିଲା । ମହିଳା ଜଣଙ୍କ ମାଡ଼ରୁ ରକ୍ଷା ପାଇବା ପାଇଁ ରାସ୍ତାରେ ଏଣେତେଣେ ଦୌଡ଼ୁଥିଲେ ହେଁ ପତି ତାଙ୍କୁ ଛାଡ଼ି ନଥିଲେ । ଏପରିକି ମହିଳା ଜଣଙ୍କ ତଳେ ପଡ଼ିଯାଇଥିଲେ ହେଁ ଯୁବକ ଜଣଙ୍କ ତାଙ୍କର ରୁଟି ଘୋଷାରି ମାଡ଼ ମାରିଥିଲେ । ପରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ମହିଳା ଜଣଙ୍କ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଯୁବକଙ୍କୁ ଗିରଫ କରାଯାଇଛି ।