fbpx
BSKY
BJD MC SKY
BJD MS SKY

ଆପଣଙ୍କ Smartphone ରେ ଚାଲିବ କି 5G? ଜାଣିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍…

ନୂଆଦିଲ୍ଲୀ: 5G ସ୍ପେକ୍ଟ୍ରମର ନିଲାମୀ ପ୍ରକ୍ରିୟା ଶେଷ ହୋଇସାରିଛି । ଏହାପରେ ଜିଓ, ଏୟାରଟେଲ ଏବଂ ଭୋଡାଫୋନ ଆଇଡିଆ ଏବେ ୟୁଜର୍ସମାନଙ୍କୁ 5G ସେବା ଯୋଗାଇ ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଚଳିତମାସ ଶେଷ ସୁଦ୍ଧା ଭାରତରେ 5G ରୋଲଆଉଟ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି । ଏହାକୁ ନେଇ ସ୍ମାର୍ଟଫୋନ ୟୁଜର୍ସ ଖୁବ ଉତ୍ସାହିତ ଅଛନ୍ତି । ତେବେ କିଛି ଦିନ ପୂର୍ବରୁ ଯେଉଁମାନେ ନୂଆ ମୋବାଇଲ କିଣିଛନ୍ତି, ସେମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । ସେମାନଙ୍କ ସ୍ମାର୍ଟଫୋନରେ 5G ସେବା ଉପଲବ୍ଧ ହେବ କି ନାହିଁ ଏହା ଏକ ବଡ ପ୍ରଶ୍ନ ହୋଇ ସେମାନଙ୍କ ଆଗରେ ଠିଆ ହୋଇଛି । ତେବେ କେମିତି ଜାଣିବେ ଆପଣଙ୍କ ମୋବାଇଲରେ 5G ଚାଲିପାରିବ କି ନାହିଁ ।

ଆପଣଙ୍କ ଫୋନରେ 5G ଚାଲିବ କି ନାହିଁ, ଏ ବିଷୟରେ ଜାଣିବା ପାଇଁ ଆପଣଙ୍କୁ କିଛି ଷ୍ଟେପ୍ସ ଫଲୋ କରିବାକୁ ପଡିବ ।

• ପ୍ରଥମେ ନିଜ ଆଣ୍ଡ୍ରଏଡ ମୋବାଇଲର ଫୋନ ‘ସେଟିଙ୍ଗସକୁ ଯାଆନ୍ତୁ ।

• ‘ୱାଇଫାଇ ଆଣ୍ଡ ନେଟୱାର୍କ’ ଅପ୍ସନରେ କ୍ଲିକ କରନ୍ତୁ ।

• ଏହପରେ ‘ସିମ୍ ଆଣ୍ଡ ନେଟୱାର୍କ’ଅପ୍ସନରେ କ୍ଲିକ କରନ୍ତୁ ।

• ଏଠାରେ ଆପଣ ଏକ ‘ପ୍ରିଫଡ ନେଟୱାର୍କ ଟାଇପ’ବକ୍ସ ଦେଖାଯିବ । ତେବେ ଯଦି ଆପଣଙ୍କ ସ୍ମାର୍ଟଫେଶନ 5G ସପୋର୍ଟ କରୁଥାଏ, ତେବେ ଏହା ୨ଜି, ୩ଜି, ୪ଜି ଏବଂ 5G ଲେଖାଥିବା ଦେଖିବାକୁ ମିଳିବ ।

ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୂଯାୟୀ, ଖୁବ ଶୀଘ୍ର ଭାରତରେ 5G ସେବା ଉପଲବ୍ଧ ହେବାକୁ ଯାଉଛି । ତେବେ ୪ଜି ସ୍ପିଡରୁ ପ୍ରାୟ ୧୦ ଗୁଣ ଅଧିକ ସ୍ପିଡ ସହ ମାର୍କେଟକୁ ଆସିବ ୫ଜି ମୋବାଇଲ । ତେବେ ଏହାର ମୂଲ୍ୟ କେତେ ରହିବ ତାହାକୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ ।

Get real time updates directly on you device, subscribe now.