fbpx

ଚାଇନା ଔଷଧକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ଲାଗିବ ଏହି ଟ୍ୟାକ୍ସ

ନୂଆଦିଲ୍ଲୀ: ଭାରତ ସରକାର ଚୀନ ଔଷଧକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରାଳୟ ଘରୋଇ ଔଷଧ କମ୍ପାନୀଙ୍କ ହିତକୁ ଦେଖି, ବିଭିନ୍ନ ପ୍ରକାର ସଂକ୍ରମଣର ଉପଚାର ପାଇଁ ବ୍ୟବହୃତ ହେଉଥିବା ଚୀନ ନିର୍ମିତ ଆଣ୍ଟିବାୟୋଟିକ୍ ଔଷଧ ଓଫ୍ଲାକ୍ସାସିନ ଉପରେ ପାଞ୍ଚ ବର୍ଷ ପାଇଁ ଆଣ୍ଟି-ଡମ୍ପିଂ ଡ୍ୟୁଟି ଲାଗୁ କରିବାକୁ ସୁପାରିଶ କରାଯାଇଛି ।

ବାଣିଜ୍ୟ ପ୍ରତିକାର ମହାନିର୍ଦ୍ଦେଶକ (DGTR) ଯାଞ୍ଚରୁ ଜାଣିବାକୁ ପାଇଛି ଯେ ଚାଇନାରୁ ଏହି ଔଷଧଗୁଡ଼ିକୁ ଡମ୍ପିଂ ମୂଲ୍ୟରେ ଭାରତକୁ ପଠାଯାଉଛି, ଯାହାଦ୍ୱାରା ଘରୋଇ ଶିଳ୍ପ ଉପରେ ପ୍ରଭାବ ପଡ଼ୁଛି । ତେଣୁ ଏହି ଉତ୍ପାଦ ଉପରେ ୫ ବର୍ଷ ପାଇଁ ଆଣ୍ଟି-ଡମ୍ପିଂ ଡ୍ୟୁଟି (anti-dumping duty) ଲାଗୁ କରିବାକୁ କର୍ତ୍ତୃପକ୍ଷ ସୁପାରିଶ କରିଛନ୍ତି ବୋଲି ନିର୍ଦ୍ଦେଶାଳୟ ବିଜ୍ଞପ୍ତିରେ କହିଛି।

ଏକ ଭାରତୀୟ ଡ୍ରଗ୍ସ କମ୍ପାନୀ ଚୀନ ଦ୍ୱାରା ଡମ୍ପିଂ ମୂଲ୍ୟରେ ଔଷଧ ପଠାଯାଉଥିବା ନେଇ ଅଭିଯୋଗ କରି ତଦନ୍ତ ଦାବି କରିଥିଲା ଏହା ପରେ ଡିଜିଟିଆର ଏହି ଘଟଣାରେ ଏକ ଅଭିଯାନ ଚଳାଇ ବିସ୍ତୃତ ଅନୁସନ୍ଧାନ କରିଛି ।

Get real time updates directly on you device, subscribe now.