fbpx

ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ପୁଣି ଜଣେ ପତି: ଫେସବୁକ୍ ହାଏ, ଚାଟିଂ, ମ୍ୟାରେଜ୍, ଏବେ ମିଳୁଛି ଧମକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ପଛରେ ପରକୀୟା ପ୍ରୀତି ରହିଥିବା ଅଭିଯୋଗ ହୋଇଥିଲା । ତେବେ ଉକ୍ତ ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଥିବା ବେଳେ ଆଉ ଏକ ଘଟଣା ସାମନାକୁ ଆସିଛି । ଏହି ଘଟଣାରେ ନିଜ ଜୀବନ ପ୍ରତି ବିପଦ ରହିଥିବା ଆଶଙ୍କାରେ ପୁରୁଷ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଜଣାପଡ଼ିଛି ଯେ, ଗତବର୍ଷ କଟକର ମୋହିତ ନାମକ ଜଣେ ଯୁବକଙ୍କ ପାଖକୁ ଫେସବୁକରେ ଜଣେ ଯୁବତୀ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇବା ପରେ ହାଏ ଲେଖି ପଠାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ଚାଟିଂ ହେବା ସହ ଧୀରେଧୀରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ଉଭୟ ବିବାହ କରିଥିଲେ ହେଁ ଉକ୍ତ ଯୁବତୀଙ୍କ ଚାଲିଚଳନ ନେଇ ମୋହିତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ବାରମ୍ବାର ତାଗିଦ୍ କରିବା ପରେ ମଧ୍ୟ ତାଙ୍କର ପତ୍ନୀ ପରିବର୍ତ୍ତନ ନହୋଇ ଶାଶୂ, ଶ୍ୱଶୁରଙ୍କୁ ଅପମାନିତ କରିଥିଲେ । ଗତ ବର୍ଷ ଅଗଷ୍ଟ ୧୨ରେ ଉଭୟଙ୍କ ନିର୍ବନ୍ଧ ଓ ନଭେମ୍ବର ୨୫ରେ ବିବାହ ହୋଇଥିଲା । ପତ୍ନୀ ମୋହିତଙ୍କ ସହ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ମନା କରିବା ସହ ଅନ୍ୟ ଜଣେ ପୁରୁଷଙ୍କ ସହ ମିଳାମିଶା କରୁଥିଲେ । ପତ୍ନୀ ଅନ୍ୟ ଜଣେ ପୁରୁଷ ବନ୍ଧୁଙ୍କ ନାମ ନିଜ ଯୌନାଙ୍ଗରେ ଟାଟୁ କରିବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ମୋହିତ ଏହି ଘଟଣାକୁ ବିରୋଧ କରିବା ଯୋଗୁଁ ଗତ ୧୩ ତାରିଖରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା, ତେଣୁ ସେ ପଡ଼ୋଶୀଙ୍କ ଘରେ ଆଶ୍ରମ ନେଇଥିଲେ । ତେବେ ମୋହିତଙ୍କ ପରିବାର ଲୋକେ ରାଜସ୍ଥାନରେ ରହୁଥିବା ବେଳେ ସେ ଏକୁଟିଆ ଘର ନେଇ ରହୁଥିବାରୁ ବିଭିନ୍ନ ସମୟରେ ତାଙ୍କ ପାଖକୁ ଅଜଣା ନମ୍ବରରୁ ଧମକ ଆସୁଛି । ତେଣୁ ପତ୍ନୀଙ୍କ ପକ୍ଷରୁ ବିପଦ ଆଶଙ୍କା ରହିଥିବାରୁ ମୋହିତ ମର୍କତନଗର ଥାନାରେ ଏନେଇ ଅଭିଯୋଗ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.