fbpx

ଭଦ୍ରକ ପରେ କଟକ: ପୁଣି ଚାଲିଗଲେ ଆଉ ଜଣେ ଧନ, ସ୍ତ୍ରୀଙ୍କୁ ଝୁରିଝୁରି ହାତଯୋଡ଼ି କାନ୍ଦୁଛନ୍ତି ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ସାବିତ୍ରୀ ବ୍ରତ ପରଦିନ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଗ୍ରାମର ରାହୁଲ ଗୋଚ୍ଛାୟତଙ୍କ ପତ୍ନୀ ହରିପ୍ରିୟାଙ୍କୁ କିଛି ଲୋକ କାରରେ ଅପହରଣ କରିନେଇଥିଲେ । ଏହାପରେ ରାହୁଲ ହରିପ୍ରିୟାଙ୍କୁ ଝୁରି ଝୁରି କ୍ଲାନ୍ତ ହୋଇପଡ଼ିଥିଲେ । ପରେ ରାହୁଲଙ୍କ ପାଖକୁ ଫେରିଆସିଥିଲେ ହରିପ୍ରିୟା । ପୁଣି ଥରେ ଦୁହିଁଙ୍କର ପ୍ରେମ ସମ୍ପର୍କ ପୁନର୍ଜିବନ ପାଇଥିଲା ।

ତେବେ ଭଦ୍ରକ ଘଟଣାର ପୁନରାବୃତ୍ତି ଘଟିଛି କଟକରେ । କଟକ ଜିଲ୍ଲା ଚହଟା ଜୟଗୁରୁ କଲୋନୀରେ ରହୁଥିବା ଚଗଲା ନାୟକଙ୍କ ସ୍ତ୍ରୀ ୫ ଦିନ ହେଲା କୁଆଡ଼େ ଚାଲି ଯାଇଛନ୍ତି । ସ୍ତ୍ରୀଙ୍କୁ ଖୋଜି ଖୋଜି ନୟାନ୍ତ ହୋଇପଡ଼ିଲେଣି ଚଗଲା । ତାଙ୍କର ଧନ, ମାମା ଶୀଘ୍ର ଫେରି ଆସନ୍ତୁ, ଏଇ ଆଶା ନେଇ ଚଗଲା କ୍ୟାମେରା ଆଗରେ ହାତଯୋଡ଼ି କାନ୍ଦି କାନ୍ଦି ନେହୁରା ହେଉଛନ୍ତି ।

ଚଗଲାଙ୍କ ଘର ହେଉଛି ବଡ଼ମ୍ବା ନରସିଂହପୁରରେ । ପେଷାରେ ଜଣେ ଦିନ ମଜୁରିଆ ଚଗଲା ଏକ ବର୍ଷ ହେଲା ଚହଟା ଜୟଗୁରୁ କଲୋନୀରେ ରହୁଛନ୍ତି । ୬ ବର୍ଷ ତଳେ ଚଗଲା ଦମୟନ୍ତୀ ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ଦମ୍ପତିଙ୍କର ଦୁଇଟି ପୁଅ ରହିଛନ୍ତି । ତେବେ ପଡ଼ିଶା ଘରର ଗୁଡ଼ୁ ତାଙ୍କ ପ୍ରିୟତମା ମାମାଙ୍କୁ ନେଇ ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଚଗଲା ।

Get real time updates directly on you device, subscribe now.