fbpx

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ସ୍ୱାମୀ

ବଲାଙ୍ଗିର(ଓଡ଼ିଶା ଭାସ୍କର): ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀ ପତ୍ନୀଙ୍କ ତଣ୍ଟି କାଟିଛି ସ୍ୱାମୀ । ଏଭଳି ଅଘଟଣ ବଲାଙ୍ଗିର ଜିଲ୍ଲା ପୁଇଁତଳା ତାନା ଦୁର୍ଗାପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି । ସ୍ୱାମୀର ଆକ୍ରମଣ ଯୋଗୁଁ ଶିକ୍ଷୟିତ୍ରୀଙ୍କ ବେକରେ ସାମାନ୍ୟ ଆଘାତ ଲାଗିଛି । ପ୍ରାଥମିକ ଚିକିତ୍ସା ପରେ ଶିକ୍ଷୟିତ୍ରୀ ସୁସ୍ଥ ଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ, ବିଦ୍ୟାଳୟରେ ପଶି ଶିକ୍ଷୟିତ୍ରୀ ପତ୍ନୀଙ୍କୁ ଆକ୍ରମଣ କରିଥିଲା ସ୍ୱାମୀ । ଅଭିଯୁକ୍ତ ସ୍ୱାମୀ ମଧ୍ୟ ଜଣେ ଶିକ୍ଷକ ଥିବା ଜଣାପଡିଛି । ଘଟଣାକୁ ନେଇ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖାଯାଇଛି । କେଉଁ କାରଣରୁ ସେ ସ୍କୁଲରେ ପଶି ସ୍ତ୍ରୀର ତଣ୍ଟି କାଟିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଘଟଣାର ତନାଘନା ଚାଲିଛି ।

Get real time updates directly on you device, subscribe now.